www.samajalive.in
Monday, December 8, 2025
16.1 C
Bhubaneswar

କଂଗ୍ରେସ ନେତାଙ୍କ ଗୁମର ଖୋଲିବେ କ୍ରିଷ୍ଟିୟାନା: ମୋଦୀ

ପାଲି(ରାଜସ୍ଥାନ) : ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଟାର୍ଗେଟ କରିବା ନିମନ୍ତେ ବିଜେପିକୁ ଭଲ ପ୍ରସଙ୍ଗ ମିଳିଯାଇଛି। ଦୁର୍ନୀତି କାରଣରୁ ୨୦୧୪ରେ ଲୋକସଭା ନିର୍ବାଚନ ହାରିଥିବା କଂଗ୍ରେସ ଏବେ ପୁଣି ପୁରୁଣା ଦୁର୍ନୀତି ଜାଲରେ ଛନ୍ଦି ହୋଇପଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିକୁ ଆଧାର କରି କଂଗ୍ରେସକୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି ତାଙ୍କ ସରକାର କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ହୋଇଥିବା ୩,୬୦୦ କୋଟି ଟଙ୍କାର ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କାରବାରର ମଧ୍ୟସ୍ଥ କ୍ରିଷ୍ଟିୟାନ ମିସେଲଙ୍କୁ ସୁଦୂର ଦୁବାଇରୁ ଭାରତ ପ୍ରତ୍ୟର୍ପଣ କରିବାରେ ସଫଳ ହୋଇଛି। ଆଗାମୀ ଦିନରେ ମିସେଲଙ୍କ ବୟାନରୁ ବହୁ ରାଜନେତାଙ୍କ ଗୁମର ଖୋଲିବ। ଏହି ଦୁର୍ନୀତି କାରବାର ସମ୍ବନ୍ଧରେ ସେ ପୂର୍ବରୁ ଅନେକବାର କହିଥିଲେ। ଏପରିକି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଏକ ଚିଠି ପ୍ରସଙ୍ଗ ମଧ୍ୟ ସେ ଉଠାଇଥିଲେ। ବିଜେପି କ୍ଷମତାକୁ ଆସିବା ପରେ ଏହି କାରବାର ସମ୍ବନ୍ଧୀୟ କେତେକ ଫାଇଲ ଯାଞ୍ଚ କରିବାକୁ ଚାହିଁଥିଲା; ମାତ୍ର ସେମାନେ ସେଗୁଡିକକୁ ଲୁଚାଇ ଦେଇଥିଲେ। ଦୀର୍ଘ ଦିନ ପରେ ଏବେ ଏହି କାରବାରର ମଧ୍ୟସ୍ଥ ଧରାପଡିଛନ୍ତି ଯିଏକି ହେଲିକପ୍ଟର ଦୁର୍ନୀତିର ସମସ୍ତ ରହସ୍ୟ ଖୋଲିବେ ବୋଲି ମୋଦୀ କହିଛନ୍ତି। ମୋଦୀ ନ୍ୟାସନାଲ ହେରାଲ୍ଡ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଏହି ମାମଲାରେ ଗାନ୍ଧୀ ପରିବାର ବିରୋଧରେ ଆୟକର ଯାଞ୍ଚ ଜାରି ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଜଣେ ଚା’ବାଲାଙ୍କ ସାହସ ଯୋଗୁ ଏହା ସମ୍ଭବ ହୋଇଛି। ଚାରୋଟି ପିଢି ଧରି ଗାନ୍ଧୀ ପରିବାର ଐଶ୍ୱର୍ଯ୍ୟ ଭୋଗ କରୁଥିଲା। ଜଣେ ଚା’ବାଲାଙ୍କ ସାହାସ କାରଣରୁ ଏବେ ଏହାକୁ କୋର୍ଟ ଦ୍ୱାର ଦେଖିବାକୁ ପଡିଛି। ଏହା ସତ୍ୟର ବିଜୟ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories