ନବୀନଙ୍କ ମନ୍ତ୍ରୀମଣ୍ଡଳରେ ରିପିଟ୍ ହେଲେ ଟୁକୁନି; କରିଲେ ଶପଥ ପାଠ
ଭୁବନେଶ୍ୱର: ରାଜ୍ୟର ନୂଆମନ୍ତ୍ରୀ ମଣ୍ଡଳରେ ଶପଥ ନେଇଛନ୍ତି ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ । ଲୋକସେବା ଭବନର କନଭେନସନ୍ ହଲରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟୁକୁନି ସାହୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଟୁକୁନି ପୂର୍ବରୁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସମିଲ ଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗରେ ୩ବର୍ଷ ଧରି ନିଜର ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ପୁଣିଥରେ ନବୀନ ତାଙ୍କୁ ତାଙ୍କର ମନ୍ତ୍ରୀମଣ୍ଡଳରେ ରିପିଟ୍ କରିଛନ୍ତି । ୨୦୧୪ରେ ନୂତନ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଟୁକୁନି । ସେବେଠାରୁ ନବୀନଙ୍କ ନିକଟରେ ସେ ଏକ ଭଲ ଇମେଜ୍ ରଖିପାରିଛନ୍ତି । ତେଣୁ ଦ୍ୱିତୀୟ ଥର ପାଇଁ ସେ ପୁଣିଥିରେ ମନ୍ତ୍ରୀ ପଦ ପାଇଛନ୍ତି ।
Comments are closed.