www.samajalive.in
Tuesday, December 9, 2025
23.1 C
Bhubaneswar

ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଟିଟିଲାଗଡ଼ : ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ବିଚାରପତି ସନ୍ଦୀପ କୁମାର ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ବିଚାର କରି ଶୁକ୍ରବାର ଅଭିଯୁକ୍ତ ସ୍ବର୍ଣ୍ଣରାଜା ଦୀପକୁ ଦଶ ବର୍ଷ କାରାଦଣ୍ଡ ରାୟ ପ୍ରକାଶ କରିଛନ୍ତି । ପୀଡିତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସରକାରୀ ଅଧିବକ୍ତା ରାଧାକାନ୍ତ ପାଢ଼ୀ ଏବଂ ରବୀନ୍ଦ୍ର ନାରାୟଣ ଭୋଇଙ୍କ ସୂଚନା ମତେ ଗତ ୧୦.୮.୨୦୧୮ରେ ସଇଁତଲା ଥାନା ଅନ୍ତର୍ଗତ ବିବିନା ଗ୍ରାମର ଅଭିଯୁକ୍ତ ସ୍ବର୍ଣ୍ଣରାଜା ବଳପୂର୍ବକ ପୀଡିତାଙ୍କୁ ଗୋଟିଏ ଘରକୁ ଅପହରଣ କରି ଆଣି ଦୁଷ୍କର୍ମ କରିଥିଲା। ଏକଥା ବାହାରେ ପ୍ରକାଶ କଲେ ଜୀବନ ମାରି ଦେବାଜୁ ଧମକ ଦେଇଥିଲା ।

ଏନେଇ ସଇଁତଲା ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ କେସ ନମ୍ବର ୧୩୧/୧୮ ଦାୟର ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ବିଭିନ୍ନ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାମଲାର ବିଚାର ସହ ବିଚାରପତି ଚୂଡାନ୍ତ ରାୟ ପ୍ରକାଶ କରି ଦଫା ୩୭୬ (୧)ରେ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜୋରିମାନା ରାୟ ପ୍ରକାଶ କରିଛନ୍ତି । ଜୋରିମାନା ଅନାଦେୟ ୬ ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି । ଏହା ସହ ଧାରା ୩୪୧ରେ ୧ ମାସ ଜେଲ, ଧାରା ୫୦୬ରେ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କ୍ଷ ଅଭିଯୁକ୍ତ ପୂର୍ବରୁ ଜାମିନରେ ଥିବା ବେଳେ ଆଜି ଟିଟିଲାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories