BJD Bijuli 480×75 Mob

ଶହେଶହେରେ ଚାଲିଛି ପିଆଜ:  ଚୁପ ରହିଛି ପ୍ରଶାସନ 

BJD Bijuli 480×75 Mob

ଟିଟିଲାଗଡ଼ : ପିଆଜର ଏନ୍ତୁଡିଶାଳ ଟିଟିଲାଗଡ। ଉନ୍ନତମାନ ସହ ବାର୍ଷିକ ୧ ଲକ୍ଷ ୫୦ ହଜାର କ୍ୱିନ୍ଟାଲ ପର୍ଯ୍ୟନ୍ତ ପିଆଜ ଏଠାରେ ଉତ୍ପାଦନ ହୋଇଥାଏ। ହେଲେ ସମ୍ପ୍ରତି ସାଧାରଣ ପରିବାରଙ୍କ ପଖାଲ କଂସାର ସ୍ୱାଦ ଦ୍ୱିଗୁଣିତ କରିବାକୁ ପିଆଜ ନାହିଁ। ପ୍ରାୟ ମାସଟିଏ ହେବ ଦର ଆକାଶଛୁଆଁ ହୋଇଛି। କିଛି ଦିନ ଦର ଦେଢଶହକୁ ଛୁଇଁ ଥିବା ବେଳେ ସମ୍ପ୍ରତି ଏହା ବଜାରରେ ଶହେରୁ ଖସୁନାହିଁ। ପିଆଜ ଆସିବ, ଦର କମିବ ବୋଲି ଏନେଇ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଚାଲିଥିଲା। ହେଲେ ପିଆଜ ଆସିଲା କି ନାହିଁ, କୁଆଡେ ଗଲା ସେ ନେଇ ପ୍ରଶାସନ ନିରବ ରହିଛି। ସାଧଅରଣ ଜନତାଙ୍କ ସମସ୍ୟା ନେଇ ପ୍ରଶାସନ ମୂକଦ୍ରଷ୍ଟା ସାହିଥିବା ବେଳେ ଅନେକ ମହଜୁଦକାରୀଙ୍କ କପାଲକୁ ଶିକା ଛିଣ୍ଡିବା ଭଳି ହୋଇଥିବା ଅଭିଯୋଗ ହୋଇଛି।

ନିୟମ ଅନୁଯାୟୀ,  ଦୋକାନୀ ସେମାନଙ୍କ ଗୋଦାମରେ ମହଜୁଦ ଥିବା ଖାଉଟି ଦ୍ରବ୍ୟ, ଦର ସୁଦୃଶ୍ୟମାନ ବୋର୍ଡରେ ସେମାନଙ୍କ ଦୋକାନ ସମ୍ମୁଖରେ ପ୍ରଦର୍ଶିତ କରିବା କଥା। ତେବେ ଖାଉଟିଙ୍କ ସ୍ୱାର୍ଥ ନେଇ ଏହି ବ୍ୟବସ୍ଥା ପ୍ରତି ପ୍ରଶାସନ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଅସାଧୂ ମହଜୁଦକାରୀଙ୍କ ଉପରେ ଚଢଉ ସହ ପିଆଜ ଦର ବୃଦ୍ଧି ସମ୍ପର୍କରେ ବିହିତ ତଦନ୍ତ କରିବାକୁ ଦାବି ହୋଇଛି।

Comments are closed.