www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟବହୃତ ଟିସୁ ପେପର ବିକ୍ରି ହେଉଛି

ନୂଆଦିଲ୍ଲୀ: ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଟିସୁ ପେପରକୁ ଆମେରିକାର ଏକ କମ୍ପାନୀ ବିକ୍ରି କରୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଲସ୍‍ ଆଞ୍ଜେଲସସ୍ଥିତ ଏହି କମ୍ପାନୀ ବ୍ୟବହୃତ ଟିସୁ ପେପରକୁ ୫,୭୦୦ ଟଙ୍କାରେ ବିକ୍ରି କରୁଛି। ଏହାର ଗ୍ରାହକମାନେ ମଧ୍ୟ ଅଜବ ଧରଣର। ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ଥଣ୍ଡା, କାଶ ଆଦିରେ ଆକ୍ରାନ୍ତ ହେବାକୁ ଚାହୁଁଛନ୍ତି ସେମାନେ ଏହି ଟିସୁ ପେପର କିଣୁଛନ୍ତି। ସାଧାରଣତଃ ଥଣ୍ଡା ଋତୁରେ ଅଧିକାଂଶ ଅସୁସ୍ଥ ହୁଅନ୍ତି। କିନ୍ତୁ ଯେଉଁମାନଙ୍କର ରୋଗ ପ୍ରତିଷେଧକ ଶକ୍ତି ଅଧିକ ସେମାନେ ଥଣ୍ଡା ରୋଗରେ ଆକ୍ରାନ୍ତ ହୁଅନ୍ତି ନାହିଁ। ପୁଣି ସେମାନଙ୍କ ମଧ୍ୟରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ଦିନ ପାଇଁ ଏହି ରୋଗରେ ଆକ୍ରାନ୍ତ ହେବାକୁ ଚାହାନ୍ତି। ଏହି ବାହାନାରେ କିଛିଦିନ କାର୍ଯ୍ୟାଳୟରୁ ଛୁଟି ନେଇ ବିଶ୍ରାମ କରିବାର ସୁଯୋଗ ମିଳିଯାଏ। ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଥଣ୍ଡାରେ ଆକ୍ରାନ୍ତ ହେବା ପାଇଁ କିଛି ଲୋକ ବିଭିନ୍ନ ପ୍ରକାର ଔଷଧ କିମ୍ବା ଇଞ୍ଜେକସନ୍‍ ନିଅନ୍ତି। ସେମାନଙ୍କ ପାଇଁ ଏହି ଟିସୁ ପେପର ଉପାଦେୟ ସାବ୍ୟସ୍ତ ହୋଇପାରିବ।
କମ୍ପାନୀର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ମିଶ୍ର ପ୍ରତିକ୍ରିୟା ମିିଳିଛି। କମ୍ପାନୀର ଉଦ୍ୟମକୁ କେତେକ ସମାଲୋଚନା କରିଥିବା ବେଳେ ଅନ୍ୟ କେତେକ ପ୍ରଶଂସା କରିଛନ୍ତି। କମ୍ପାନୀ ପକ୍ଷରୁ ଏହାକୁ ଅଣନିର୍ଦ୍ଦେଶିତ ଓ ସୁରକ୍ଷିତ ବୋଲି ଦାବି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବେଶ ବିଶେଷଜ୍ଞମାନେ କିନ୍ତୁ କମ୍ପାନୀର ଏହି ଉଦ୍ୟମକୁ ବିଫଳ ପ୍ରୟାସ ବୋଲି କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories