www.samajalive.in
Monday, December 15, 2025
24.1 C
Bhubaneswar

ଏସି ଚାଲିବ କିନ୍ତୁ ବିଲ୍‍ ଅଧିକ ଆସିବ ନାହିଁ, ଜାଣନ୍ତୁ କିପରି…

ଦିନକୁ ଦିନ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହି ଅସହ୍ୟ ଗରମରୁ ମୁକ୍ତି ପାଇବା ପାଇଁ ଲୋକେ ଫ୍ୟାନ୍‍, କୁଲର୍‍ ଓ ଏସି ଆଦିର ବ୍ୟବହାର କରୁଛନ୍ତି। ଅଧିକାଂଶ ଲୋକ ନିଜ ଘରେ ଏସିର ବ୍ୟବହାର କରୁଥିବା ଦେଖିବକୁ ମିଳୁଛି, ଯେଉଁଥିପାଇଁ ସେମାନଙ୍କର ବିଦ୍ୟୁତ୍ ବିଲ୍ ବହୁ ମାତ୍ରାରେ ବଢିବାରେ ଲାଗିଛି। କିନ୍ତୁ କେତେକେ ଉପାୟ ଅଛି, ଯାହା ସାହଯ୍ୟରେ ଆପଣ ନିଜ ଏସି ବିଲ୍‍କୁ ନିୟନ୍ତ୍ରଣରେ ରଖିପାରିବେ। ଅର୍ଥାତ୍‍ ଏସି ଚାଲିବ କିନ୍ତୁ ବିଲ୍‍ ଅଧିକ ହେବ ନହିଁ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

– ଏସି ଚଲାଇବା ବେଳେ ସବୁବେଳେ ୨୨ରୁ ୨୪ ଡିଗ୍ରୀ ସେଲସିୟସରେ ସେଟ୍ କରନ୍ତୁ। ଏହା ଦ୍ୱାରା ବିଦ୍ୟୁତ ବିଲ ଅଧିକ ଆସିବ ନାହିଁ । ତେବେ ଏସି ଚଲାଇବା ପାଇଁ ୨୪ ଡିଗ୍ରୀ ହେଉଛି ସବୁଠୁ ସଠିକ୍‌ ତାପମାତ୍ରା। ଏସିକୁ ଅଟୋ ମୋଡରେ ସେଟ୍‌ କରନ୍ତୁ। ଏପରି କରିବା ଦ୍ଵାରା ରୁମର ତାପମାତ୍ରା ଠିକ୍‌ ସ୍ତରକୁ ଆସିବା ପରେ ଏସି ଆପେଆପେ ବନ୍ଦ ହୋଇଯିବ ଓ ତାପମାତ୍ରା ବଢିଲେ ପୁଣି ଚାଲିବ ।

- Advertisement -

– ଏସି ଯେତେ ପରିଷ୍କାର ରହିବ ତାର କୁଲିଂ ସେତେ ଅଧିକ ରହିବ । କିନ୍ତୁ ଯଦି ଏସିର ଫିଲ୍ଟର ଅପରିଷ୍କାର ଥିବ ତେବେ ପବନ ଯିବା ଆସିବା କରିବାରେ ସମସ୍ୟା ଦେଖାଦେବ। ଫଳରେ କମ୍ପ୍ରେସର ଉପରେ ଚାପ ପଡିବ ଓ ବିଦ୍ୟୁତ ଖର୍ଚ୍ଚ ବଢିବ ।

– ଏହା ବ୍ୟତୀତ ଘରେ ଏସି ଚଲାଇବା ବେଳେ ପଙ୍ଖା ମଧ୍ୟ ଚଲାନ୍ତୁ। ଫଳରେ ଏସିରୁ ବାହାରୁଥିବା ଶୀତଳ ପବନ ଖୁବ୍ ଶୀଘ୍ର ଘରର ସବୁ କୋଣକୁ ପହଞ୍ଚିପାରିବ। ଏପରି କରିବା ଦ୍ଵାରା ରୁମ ଶୀଘ୍ର ଥଣ୍ଡା ହୋଇଯିବ ଓ ଗରମରୁ ମୁକ୍ତି ମିଳିବ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories