ବାସନ ଚମକାଇବାର ସରଳ ଉପାୟ

0

ସାଧାରଣତଃ ସବୁ ଗୃହିଣୀମାନେ ତାଙ୍କ ରୋଷେଇଘରର ବାସନକୁ ସର୍ବଦା ଚିକ୍‌ଚିକ୍‌ ଓ ସୁନ୍ଦର କରି ରଖିବାକୁ ଚାହାନ୍ତି। ଆଉ ଯଦି ବାସନରେ ଟିକେ ଦାଗ ହୋଇଯାଏ ତାହେଲେ ତାକୁ ଘଷି ଘଷି ସେମାନେ ନାକେଦମ୍ ହୋଇଯାଆନ୍ତି। ହେଲେ ଏପରି କିଛି ଘରୋଇ ଉପାୟ ଅଛି ଯାହାଦ୍ବାରା ବିନା କୌଣସି ପରିଶ୍ରମରେ ଆପଣଙ୍କ ବାସନ ସବୁଦିନ ଚିକ୍‌ଚିକ୍‌ କରିବ। ଆସନ୍ତୁ ଜାଣିବା ବାସନକୁ ଚମକାଇବାର ଘରୋଇ ଉପାୟ ବିଷରେ –

-ଆଲୁମିନିୟମ୍ ବାସନକୁ ସଫା କରିବାକୁ ହେଲେ ସେଥିରେ ପିଆଜ ଓ ପାଣି ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜା ସାବୁନ୍ରେ ତାକୁ ସଫା କରନ୍ତୁ।

prayash

-ପ୍ଲାଷ୍ଟିକ୍ କଣ୍ଟେନରକୁ ସଫା କରିବାରେ ଲେମ୍ବୁ ବିଶେଷ ଭାବେ ସହାୟକ ହୋଇଥାଏ। ଏଥିରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ତାଜା ଲେମ୍ବୁ ବ୍ୟବହାର କରନ୍ତୁ। ଲେମ୍ବୁ ଚୋପା ସାହାଯ୍ୟରେ କଣ୍ଟେନରକୁ ଭଲଭାବେ ସଫା କରନ୍ତୁ। ଏହାଦ୍ୱାରା ଦାଗ ହାଲ୍କା ହେବ ଓ ଧୀରେ ଧୀରେ ସମ୍ପୂର୍ଣ୍ଣ ଛାଡ଼ିଯିବ।

-ପାଣିରେ ବେକିଂ ସୋଡ଼ା ପକାଇ ବାସନକୁ୧୦-୧୫ମିନିଟ୍ ଭିଜାଇ ରଖନ୍ତୁ। ଏହାପରେ ବାସନକୁ ରଗଡ଼ି ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ବାସନ ଏକଦମ୍ ସଫା ହୋଇଯିବ।

-ବାସନରେ ଦାଗ ଥିଲେ ତାକୁ ସଫା କରିବା ପାଇଁ ଆପଣ ଦହିର ବ୍ୟବହାର ମଧ୍ୟ କରିପାରିବେ।

 

Leave A Reply