www.samajalive.in
Sunday, December 7, 2025
13.1 C
Bhubaneswar

ଜଳ ହିଁ ଜୀବନ : ଜାଣନ୍ତୁ କିଛି ଆବଶ୍ୟକୀୟ କଥା

ଶରୀରକୁ ପର୍ୟ୍ୟପ୍ତ ମାତ୍ରାରେ ପାଣି ଆବଶ୍ୟକ। ମାତ୍ର ଦୈନିକ ଆବଶ୍ୟକ ଅନୁଯାୟୀ ସଭିଏଁ ପାଣି ପିଇ ନଥାଆନ୍ତି। ଫଳରେ ସ୍ୱାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ,ବିଶେଶଜ୍ଞଙ୍କ ମତରେ ଦିନ ମଧ୍ୟରେ କେତେ ପରିମାଣରେ ଓ କିପରି ପାଣି ପିଇବା ଆବଶ୍ୟକ।
ଦିନ ମଧ୍ୟରେ ୮ ରୁ ୧୦ ଗ୍ଲାସ ଅର୍ଥାତ ପ୍ରାୟ ୨ ଲିଟର ପାଣି ପିଇବା ଆବଶ୍ୟକ।
ସିଧାସଳଖ ଫ୍ରିଜରୁ ଥଣ୍ଡା ପାଣି କାଢି ପିଇବା ଅନୁଚିତ। ଏହା ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବା ସହ ପେଟ ଗରମ କରିଥାଏ। ଫଳରେ ଶରୀର ଅସୁସ୍ଥ ହୋଇଥାଏ। ଫ୍ରିଜରୁ ପାଣି କାଢି ସେଥିରେ କିଛି ସାଧା ପାଣି ମିଶାଇ ପିଅନ୍ତୁ।
ଯଦି ଆପଣଙ୍କୁ ଥଣ୍ଡା ଜନିତ ସମସ୍ୟା ଲାଗି ରହୁଛି, ତେବେ ଅଳ୍ପ ଉଷୁମ ପାଣି ପିଅନ୍ତୁ। ଥଣ୍ଡା ସମୟରେ ନିୟମିତ ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା ଦୂର ହେବା ସହ ଗଳା ଦରଜ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ସର୍ବଦା ସୁରେଇରେ ଥିବା ପାଣି ପିଅନ୍ତୁ।
ଖାଦ୍ୟ ଖାଇବା ଅଧ ଘଣ୍ଟା ଆଗରୁ ଓ ଅଧ ଘଣ୍ଟା ପରେ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ପେଟ ଜନିତ ସମସ୍ୟା ଦୂର ହୋଇଥାଏ।
ଅଧିକ ଆବଶ୍ୟକ ନହେଲେ ଖାଦ୍ୟ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ।
ଖରାଦିନରେ ଅଧିକ ଲେମ୍ବୁ ପାଣି ପିଅନ୍ତୁ। ଏପରି କରିବା ଦ୍ୱାରା ଖରା ଦିନରେ ମଧ୍ୟ ଆମ ଶରୀରରେ ସଠିକ ଜଳୀୟ ଅଂଶ ରହେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories