www.samajalive.in
Sunday, December 7, 2025
18.1 C
Bhubaneswar

କେଶ ପାଇଁ ଜାଣିବା କଥା

କେଶ ପାଇଁ ନଡ଼ିଆ ପାଣି ଓ କ୍ଷୀର –
ନଡ଼ିଆ ପାଣି, କଞ୍ଚା କ୍ଷୀରରେ ବେସନ ମିଶାଇ ସପ୍ତାହକୁ ଦୁଇ ଥର ଲଗାନ୍ତୁ। ଏହା ଦ୍ୱାରା କେଶର ଶୁଷ୍କପଣ ଦୂର ହେବା ସହ କେଶର ଚମକ ବଢିଥାଏ।
ନଡ଼ିଆ ତେଲ ଓ ମହୁ –
୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ଘଷି ଲଗାନ୍ତୁ। ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ। ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ। ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ।
ଅଣ୍ଡା –
ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ। ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।
ମେଥି –
ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ। ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ।
ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ –
ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ। ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ।
ବର୍ତ୍ତମାନ ସମୟରେ କମ ବୟସରେ ମଧ୍ୟ ଧଳା ରଙ୍ଗର କେଶ  ସଭିଁଙ୍କ ସମସ୍ୟା  ଏହି ସମସ୍ୟା ଆରମ୍ଭ ହେବା ମାତ୍ରେ ପ୍ରଥମେ ସଭିଁଏ ଧଳା ରଙ୍ଗର କେଶକୁ ଗୋଟେ ଗୋଟେ କାଢି ଥାଆନ୍ତି। ବହୁ ଲୋକେ ବଜାରରେ ମିଳୁଥିବା କୃତ୍ରିମ କଳା ରଙ୍ଗକୁ ଲଗାଇ କେଶକୁ କଳା କରିଥାଆନ୍ତି। ମାତ୍ର ଏହି ସମସ୍ତ ଉପାୟ ଦ୍ୱାରା କେଶର ରଙ୍ଗ କଳା ହେବା ବ୍ୟତୀତ କେଶର ଅବସ୍ଥା ଖରାପ ହୋଇଯାଏ। ପ୍ରାକୃତିକ ଉପାୟରେ କେଶର ରଙ୍ଗକୁ କଳା କରିବାର ସହଜ ଉପାୟ ବିଷୟରେ ଜାଣନ୍ତୁ …..
କେଶ ପାଇଁ ଆଳୁର ଚୋପା ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ପ୍ରାକୃତିକ ରଙ୍ଗର କାର୍ୟ୍ୟ କରିଥାଏ।। ଆଳୁରେ ଭିଟାମିନ ଏ, ବି, ସି ରହିଥାଏ। ଯାହା ଦ୍ୱାରା ଏହା କେଶରେ ରୂପି ହେବାକୁ ଦେଇନଥାଏ। ଏଥିରେ ଆଇରନ, କ୍ୟାଲସିୟମ, ଜିଙ୍କ, ପୋଟାସିୟମ ଆଦି ରହିଥିବାରୁ ଏହା କେଶର ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ଏହି ଆଳୁରୁ କେଶର ରଙ୍ଗ କଳା କରିବା ପାଇଁ ମାସ୍‍ ପ୍ରସ୍ତୁତ କରିବାର ପ୍ରଣାଳୀ….
ଆଳୁକୁ ଭଲ ଭାବେ ଧୋଇ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ଏକ କପ ପାଣିରେ ଏହି ଚୋପାକୁ ପକାଇ ଭଲ ଭାବେ ଫୁଟାନ୍ତୁ। ଭଲ ଭାବେ ଫୁଟିବା ପରେ ଏହା ୫ରୁ ୧୦ ମିନିଟ ଗ୍ୟାସରେ ବସାଇ ଏହାକୁ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରୁ ଓହ୍ଲାଇ ଏକ ପାତ୍ର ମଧ୍ୟକୁ କାଢି ଏହାକୁ ଥଣ୍ଡା କରନ୍ତୁ ଓ ଏଥିରେ କିଛି ତେଲ ମିଶାନ୍ତୁ।
ଏହାକୁ ଲଗାଇବାର ପ୍ରଣାଳୀ…..
କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। କେଶ ଅଳ୍ପ ଓଦା ଥିବା ଅବସ୍ଥାରେ ଏହାକୁ ଲଗାଇ ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ।
ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories