www.samajalive.in
Monday, December 15, 2025
24.1 C
Bhubaneswar

ଶନିଙ୍କର ଶୁଭଫଳ ପାଇଁ କଳାରଙ୍ଗର ଫଳ ,ପନିପରିବା କରନ୍ତୁ ସେବନ

ବିଭିନ୍ନ ପ୍ରକାର ଫଳ ରସ ପିଇବା ଦ୍ୱାରା ଗ୍ରହଙ୍କ ଶୁଭ ଦୃଷ୍ଟି ପଡିବା ସହ ଅନେକ ସମସ୍ୟା ଦୂର ହୋଇଥାଏ। ସ୍ୱାସ୍ଥ୍ୟର ମଧ୍ୟ ଉପକାର ହୋଇଥାଏ। ଅନେକ ପ୍ରକାର ଫଳ ଓ ପନିପରିବା ଖାଇବା ଦ୍ୱାରା ଗ୍ରହଙ୍କ ଶୁଭଫଳ ମିଳିଥାଏ। ଜାଣନ୍ତୁ..
ସୂର୍ଯ୍ୟ – ସୂର୍ଯ୍ୟ ଯଶ, ମାନସମ୍ମାନ ଆଦିର କାରକ ଅଟନ୍ତି। ସୂର୍ଯ୍ୟଙ୍କ ନକରାତ୍ମକ ପ୍ରଭାବ ଦୂର ପାଇଁ ଓ ଶୁଭଫଳ ପାଇଁ ବିଟ୍‍ , ଡ଼ାଳିମ୍ବ, ଟମାଟୋ, ଆମ୍ବ ରସର ସେବନ କରିବା ଉଚିତ। ଏହାଦ୍ୱାରା ସକରାତ୍ମକ ପ୍ରଭାବ ମିଳିଥାଏ।
ଚନ୍ଦ୍ରମା – ଚନ୍ଦ୍ରମା ମନ, ସୌନ୍ଦର୍ୟ୍ୟ, ମାନସିକ ଶାନ୍ତିର କାରକ କୁହାଯାଏ। ଚନ୍ଦ୍ରମାଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ ଓ ଆଖୁ ରସ ପିଇବା ଆବଶ୍ୟକ।
ମଙ୍ଗଳ – ଡାଳିମ୍ବ, ବିଟ୍‍ , ଟମାଟୋ ଜୁସ ପିଇବା ଦ୍ୱାରା ମଙ୍ଗଳଙ୍କ କୁପ୍ରଭାବ ଦୂର ହୋଇ ଶୁଭଫଳ ମିଳିଥାଏ।
ବୁଧ – ବୁଧ ଉତ୍ତମ ବାଣୀ, ଜ୍ଞାନର କାରକ ବୋଲି କୁହାଯାଏ। ନିୟମିତ ନାସପାତି, ଅଁଳା ଜୁସ ପିଇବା ଦ୍ୱାରା ବୁଧଙ୍କ ଶୁଭଫଳ ମିଳିଥାଏ।
ଗୁରୁ- ଗୁରୁଙ୍କୁ ଧନ, ଜ୍ଞାନ, ଯଶର କାରକ ମଧ୍ୟ କୁହାଯାଏ। ଗୁରୁଙ୍କ ଶୁଭଫଳ ପ୍ରାପ୍ତି ପାଇଁ କଦଳୀ, ପାଚିଲା ଅମୃତଭଣ୍ଡା, କମଳା, ଆଦି ଜୁସର ସେବନ କରନ୍ତୁ।
ଶୁକ୍ର – ଐଶ୍ୱର୍ଯ୍ୟ, ଧନ, ସୁଖ ସୁବିଧା ଓ ସୌନ୍ଦର୍ଯ୍ୟର ପ୍ରତୀକ ଶୁକ୍ର ଗ୍ରହ ବୋଲି କୁହାଯାଏ। ଶୁକ୍ରଙ୍କ ଶୁଭଫଳ ପାଇଁ ଲିଚୁ, ତରଭୂଜ, ମୂଳା, ଆଦିର ଜୁସ ପିଇବା ଦ୍ୱାରା ଶୁଭଫଳ ମିଳିଥାଏ।
ଶନି-ରାହୁ-କେତୁ – ଶନି,ରାହୁ,କେତୁଙ୍କର ଶୁଭଫଳ ପାଇଁ ବିଭିନ୍ନ କଳାରଙ୍ଗର ଫଳ , ପନିପରିବା ସହ କଳା ଅଙ୍ଗୁର ରସ ପିଅନ୍ତୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories