ଜାତୀୟ ସେବା ଯୋଜନା ଦିବସ ପାଳନ
ତିଗିରିଆ: ତିଗିରିଆ ନିଜିଗଡ଼ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବିଭାଗର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ଶନିବାର ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସ ପୌରୋହିତ୍ୟ କରି ଜାତୀୟ ସେବା ଯୋଜନାର ପ୍ରତିଷ୍ଠା, ଲକ୍ଷ ଓ କାର୍ଯ୍ୟପନ୍ଥାର ବ୍ୟାପକ ଦିଗକୁ ସ୍ୱେଚ୍ଛାସେବୀ ମାନଙ୍କୁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ ।
ସେହିପରି ଉପସ୍ଥିତ ପ୍ରାଧ୍ୟାପକ ବିଜୟ କୁମାର ବେହେରା, ପ୍ରାଧ୍ୟାପିକା ଜୟନ୍ତୀପ୍ରଭା ଦେବୀ, ଅଧ୍ୟାପକ ରୁଦ୍ର ପ୍ରସାଦ ସାହୁ, ଅଧ୍ୟାପିକା ଡଃ ପ୍ରଣତୀ ମିଶ୍ର, ଇନ୍ଦିରା ସାମନ୍ତରାୟ, ମିତାରାଣୀ ପୃଷ୍ଟି ପ୍ରମୁଖ ଜାତୀୟ ସେବା ଯୋଜନାର ଉପଯୋଗିତା ଓ ଛାତ୍ର ସମାଜର ସେବା ମନୋଭାବକୁ ନିଜନିଜ ଆଲୋଚନାରେ ପ୍ରତିଫଳନ କରିଥିଲେ । ସ୍ୱେଚ୍ଛାସେବୀ ରାକେଶ କୁମାର ସାହୁ, ଶ୍ରୀଧର ପଣ୍ଡା, ଦୀପକ ସାହୁ ଏନଏସଏସର ଶୃଙ୍ଖଳିତ କାର୍ଯ୍ୟଧାରାକୁ ଆଲୋଚନା କରିଥିଲେ ।
ଜାତୀୟ ସେବା ଯୋଜନା (ସଂଯୁକ୍ତ ବିଭାଗ)ର ଯୋଜନା ଅଧିକାରୀ ଡକ୍ଟର ପତିତପାବନ ପଣ୍ଡା ଏହି କାର୍ଯ୍ୟ ପରିଚାଳନା କରିବା ସହିତ ଜାତୀୟ ସେବା ଯୋଜନାର ଇତିହାସ, କାର୍ଯ୍ୟଧାରା, ବିକାଶ ସମ୍ପର୍କରେ ଆଲୋକପାତ କରିବା ସହିତ ଏ କ୍ଷେତ୍ରରେ ଛାତ୍ର ସମାଜର ସହଯୋଗକୁ ଡଃ ପଣ୍ଡା ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ । ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏହି ଦିବସ ପାଳନରେ ସହଯୋଗ କରିଥିଲେ ।
Comments are closed.