www.samajalive.in
Tuesday, December 9, 2025
16.1 C
Bhubaneswar

୪ କଲରା ପତରିଆ ବାଘ ଛାଲ ଜବତ; ୩ ଗିରଫ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ତଥା ବାରିପଦା ବନାଞ୍ଚଳର ଡୁକୁରା ବିଟ୍ ଅଧୀନ ବାହଳଦା ଗ୍ରାମରେ ରବିବାର ବନ ବିଭାଗ ଚଢାଉ କରି ଏକ କାଳୀନ ୪ କଲରାପତରିଆ ବାଘ ଛାଲ ଜବତ କରିଛି । ଏଥିସହ ଏହି ମାମଲାରେ ୩ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ଓ ସେମାନଙ୍କ ନିକଟରୁ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ(ଏସଟିଆର) ଡେପୁଟି ନିର୍ଦେଶକ(ଦକ୍ଷିଣ) ସମ୍ରାଟ ଗୌଡାଙ୍କ ନେତୃତ୍ୱରେ ବାରିପଦା ଓ ରାଇରଙ୍ଗପୁର ବନଖଣ୍ଡ, ଉତ୍ତର ଓ ଦକ୍ଷିଣ ଏସଟିଆରର ବନ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ। ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ବହଳଦା ଗ୍ରାମରୁ ଏକକାଳୀନ ୪ଟି କଲରାପତରିଆ ବାଘଛାଲ ମିଳିବା ଚିନ୍ତାର କାରଣ ହୋଇଥିବା ବେଳେ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ବାବଦରେ ବିଭାଗ ଅଧିକ ତଥ୍ୟ ପ୍ରକାଶ କରିନାହିଁ। ବାଘଛାଲଗୁଡିକୁ ବାରିପଦା ନିଆଯାଇଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories