www.samajalive.in
Tuesday, December 9, 2025
15.1 C
Bhubaneswar

ମୋତି ଧାରଣ କରିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏସବୁ କଥା

ମୋତି ଧାରଣ କରିବାକୁ ବହୁତ ଲୋକ ପସନ୍ଦ କରନ୍ତି। କିଏ ମୋତି ହାର ତ ଆଉ କିଏ ମୁଦିରେ ମୋତି ଲଗାଇ ପିନ୍ଧି ଥାଆନ୍ତି। ହେଲେ ମୋତି ଧାରଣ କରିବା ପୂର୍ବରୁ କିଛି କଥା ଜାଣିବା ନିହାତି ଆବଶ୍ୟକ। କାରଣ କିଛି ଲୋକଙ୍କ ପାଇଁ ମୋତି ଧାରଣ କରିବା ଅଶୁଭ ହୋଇଥାଏ। ଫଳରେ ସେମାନେ ମୋତି ଧାରଣ କରିବା ଦ୍ୱାରା ଅନେକ କୁପରିଣାମ ଭୋଗିବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ମୋତି ଧାରଣ କରିବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ-

୧. ଅତ୍ୟଧିକ ସମ୍ବେଦନଶୀଳ ଲୋକ ବା କ୍ରୋଧୀ ଲୋକ ରୂପା କିମ୍ବା ମୋତି ପିନ୍ଧିବା ଉଚିତ ନୁହେଁ । ଏହା ତାଙ୍କ କ୍ରୋଧକୁ ବଢ଼ାଇଥାଏ।
୨. ଜ୍ୟୋତିଷଙ୍କ କହିବା ଅନୁଯାୟୀ, ଯଦି ଜାତକର ଦଶମ ବା ଦ୍ୱାଦଶ ଘରେ ଚନ୍ଦ୍ର ଥାଏ ତେବେ ମୋତି ଧାରଣ କରିବା ଉଚିତ ନୁହେଁ।
୩. ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନ ଧାରୀ ଲୋକେ ଏହାକୁ ଧାରଣ କରିବା ଉଚିତ ନୁହେଁ।
୪. ଯେଉଁମାନଙ୍କ ରାଶିରେ ଶୁକ୍ର, ବୁଧ, ଶନି ଆଦି ଗ୍ରହମାନେ ଅବସ୍ଥାନ କରୁଥିବେ, ସେମାନେ ମୋତି ଧାରଣ କରିବା ଉଚିତ ନୁହେଁ।
୫. କୁହାଯାଏ ଯେ ମୋତି ସହ ହୀରା, ପନ୍ନା, ନିଲାମ ଓ ଗୋମେଦ ପରି ପଥର ମାନ ଧାରଣ କରିବା କ୍ଷତିକାରକ ହୋଇଥାଏ । କିନ୍ତୁ ମୋତି ସହ ଆପଣ ହଳଦିଆ ପୋଖରାଜ ବା ମୁଙ୍ଗ ପରି ପଥର ଅବଶ୍ୟ ଧାରଣ କରିପାରିବେ ।
୬. ସାଧାରଣତଃ ମନ ଅଶାନ୍ତ ଥିଲେ ବା ଜାତକରେ ଚନ୍ଦ୍ର ଦୋଷ ଥିଲେ ମୋତି ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ଯଦି ଆପଣଙ୍କ ପ୍ରକୃତି ମୂଳରୁ ହିଁ ଶୀତଳ, ତେବେ ଏହାକୁ ଧାରଣ କରିବା କ୍ଷତିକାରକ ହୋଇଥାଏ।
୭. ଶରୀରର ଜଳୀୟ ଅଂଶ ତଥା କଫର ଅବସ୍ଥାକୁ ଜାଣି ହିଁ ସେହି ଅନୁସାରେ ରୂପା ବା ମୋତି ଧାରଣ କରନ୍ତୁ। ଅନ୍ୟଥା ଏହା ଘୋର କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories