www.samajalive.in
Sunday, December 7, 2025
14.1 C
Bhubaneswar

ଥାନା ପରିସରରୁ ବାଇକ୍‍ ଚୋର ଫେରାର୍‍

ଫୁଲବାଣୀ: କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଥାନାରୁ ଏକ ବାଇକ୍‍ ଚୋର ଚମ୍ପଟ ମାରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି। ଏହି ଘଟଣା ପରେ ସାରଙ୍ଗଡ଼ ପୁଲିସ୍‍ ଫେରାର୍‍ ଅଭିଯୁକ୍ତକୁ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସନ୍ଧାନ ମିଳି ନ ଥିବା ଜଣାଯାଇଛି।

ଖବର ପ୍ରକାରେ, ଏକ ସପ୍ତାହ ପୂର୍ବରୁ ସାରଙ୍ଗଡ ନିକଟ ବଣଗୁଡ଼ା ଅଞ୍ଚଳରୁ ମିଟୁନା ପୃଷ୍ଟିଙ୍କ ବାଇକ୍‍ ଚୋରି ହୋଇଯାଇଥିଲା। ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ଚୋର ଜଣକ ଚୋରି ବାଇକ୍‍ ଧରି ୧୨ ତାରିଖରେ ଫେରାର୍‍ ହେଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଥିଲା। ଖବର ପାଇ ସାରଙ୍ଗଡ଼ ପୁଲିସ୍‍ ପହଞ୍ଚି ଫେରାର୍‍ ଅଭିଯୁକ୍ତ ପ୍ରିୟ ରଂଜନ ପ୍ରଧାନକୁ ଧରିବା ସହିତ ଥାନାରେ ଅଟକ ରଖିଥିଲା। ସେ ବଣଗୁଡ଼ା ଅଞ୍ଚଳର ଗିନ୍ଦାପଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଜଣକ କୌଶଳ କ୍ରମେ ଥାନାରୁ ଚମ୍ପଟ ମାରିଥିବା ଜଣାଯାଇଛି। ଫେରାର ଚୋରକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ଅନିତା କିଡ଼ୋ ପ୍ରକାଶ କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories