www.samajalive.in
Sunday, December 7, 2025
14.1 C
Bhubaneswar

୨୦୨୧ରେ ବିଦାୟ ନେଇଛନ୍ତି ଏହି ପ୍ରସିଦ୍ଧ ସିନେ କଳାକାର

ସିଦ୍ଧାର୍ଥ ଶୁକ୍ଳା: ବିଗ୍‌ ବସ୍‌-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର ମାତ୍ର ୪୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୨୦୨୧ ସେପ୍ଟେମ୍ବର ୨ରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ତାଙ୍କର ଅଗଣିତ ପ୍ରଶଂସକଙ୍କ ମନ ଭାଙ୍ଗି ଦେଇଥିଲା। ସବୁବେଳେ ଜିମ୍ ଯାଇ ନିଜକୁ ଫିଟ୍ ରଖୁଥିବା ସିଦ୍ଧାର୍ଥଙ୍କର ହୃଦ୍‌ଘାତରେ ପରଲୋକ ଖବରକୁ ଦର୍ଶକ ସହଜରେ ଗ୍ରହଣ କରିପାରିନଥିଲେ। ବାଳିକା ବଧୂ, ଦିଲ୍‌ ସେ ଦିଲ୍‌ ତକ୍‌ ପରି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ।

ସୁରେଖା ସିକ୍ରି: ପରଦାର ଚର୍ଚ୍ଚିତ ଜେଜେମା’ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଅଭିନେତ୍ରୀ ସୁରେଖା ସିକ୍ରି ମଧ୍ୟ ଏହି ବର୍ଷ ଜୁଲାଇ ୧୬ରେ ମୃତ୍ୟୁବରଣ କରିଥିଲେ। ‘ବାଳିକା ବଧୂ’ରେ ଅଭିନୟ କରି ଭାରତୀୟ ଟେଲି ପ୍ରଶଂସକ ମହଲରେ ସେ ‘ଦାଦି ସା’ ଭାବେ ପରିଚିତ ହୋଇଥିଲେ। ହୃଦ୍‌ଘାତରେ ମୃତ୍ୟୁ ବରଣ କରିଥିବା ସୁରେଖା ପୂର୍ବରୁ ୨ଥର ମସ୍ତିଷ୍କାଘାତର ମଧ୍ୟ ଶିକାର ହୋଇଥିଲେ। ନିଜ ଅଭିନୀତ ‘ତମସ୍‌’, ‘ମାମୋ’, ‘ବଧାଇ ହୋ ବଧାଇ’ ଚଳଚ୍ଚିତ୍ର ପାଇଁ ସୁରେଖା ଜାତୀୟ ପୁରସ୍କାର ପାଇଥିଲେ।

- Advertisement -

ଅରବିନ୍ଦ ତ୍ରିବେଦୀ: ‘ରାମାୟଣ’ର ଏକ ପ୍ରମୁଖ ଚରିତ୍ର ରାବଣ ଭୂମିକାରେ ଅଭିନୟ କରି ଇତିହାସ ସୃଷ୍ଟି କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀ ମଧ୍ୟ ଅକ୍ଟୋବର ୬ରେ ଆଖି ବୁଜିଥିଲେ। ଅରବିନ୍ଦ ରାବଣ ଭୂମିକାରେ ଅଭିନୟ କରିବା ପରେ ସମସ୍ତେ ତାଙ୍କୁ ପରିହାସ ଛଳରେ ରାବଣ ବୋଲି ଡାକୁଥିଲେ।

ଅନୁପମ ଶ୍ୟାମ: ଟେଲିଜଗତର ବରିଷ୍ଠ ଖଳନାୟକ ଭାବେ ପରିଚିତ ଅନୁପମ ଶ୍ୟାମ୍‌ ମଧ୍ୟ ଏଇ ବର୍ଷ ଆଖି ବୁଜିଛନ୍ତି। ଛୋଟ ପରଦା ସହ ବଡ ପରଦାରେ ବି ସେ ଜଣେ ଚର୍ଚ୍ଚିତ କଳାକାର ଥିଲେ। ତାଙ୍କ ଅଭିନୀତ ‘ସ୍ଲମ୍‌ଡଗ୍ ମିଲିଅନେୟାର’ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ପାଇଥିଲା। ବୃକକ୍‌ ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୬୩ ବର୍ଷ ବୟସରେ ଅନୁପମ ଶ୍ୟାମ ଆଖି ବୁଜିଛନ୍ତି।

ଚନ୍ଦ୍ରଶେଖର ବୈଦ୍ୟ: ପୌରାଣିକ ଧାରାବାହିକ ରାମାୟଣରେ ଆର୍ଯ୍ୟ ସୁମନ୍ତ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଚନ୍ଦ୍ରଶେଖର ବୈଦ୍ୟ। ଏହି ବର୍ଷ ଜୁନ୍ ୧୬ରେ ୯୮ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି। ଚନ୍ଦ୍ରଶେଖର ବୟସାଧିକ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories