www.samajalive.in
Sunday, December 7, 2025
26.1 C
Bhubaneswar

ସ୍ମୃତିରେ ୨୦୨୧ ; ଏହି ଘଟଣା ଉପରେ ପକାନ୍ତୁ ନଜର

ନୂଆଦିଲ୍ଲୀ : ଆଉ ଅଳ୍ପ କିଛି ଦିନରେ ଶେଷ ହୋଇଯିବ ବର୍ଷ ୨୦୨୧। ଆରମ୍ଭ ହେବ ୨୦୨୨। ଅନେକ ଥର ଏପରି ଅନୁଭବ ହୋଇଥାଏ, ବିତିଯାଇଥିବା ସମୟକୁ ପଛକୁ ବୁଲି ଚାହିଁବାକୁ। ମଣିଷ ଓ ସମୟ ଉଭୟ ଆଗକୁ ବଢି ଥାଆନ୍ତି। ପଛରେ ରହିଯାଇଥାଏ କେବଳ ସ୍ମୃତି। ନଜର ପକାନ୍ତୁ ୨୦୨୧ର ଏହି ଘଟଣା ଉପରେ ……..

କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୧୧ ଜାନୁଆରୀରେ ବାପାମାଆ ହୋଇଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି, ଯାହାର ନାମ ଭାମିକା ରଖିଛନ୍ତି। ବିରୁଷ୍କା ଚଳିତ ବର୍ଷ ଡିସେମ୍ବର ୧୧ ତାରିଖରେ ନିଜର ୪ର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି।

- Advertisement -

କରିନା କପୁର ଓ ସୈଫ ଅଲ୍ଲୀ ଖାନ ପୁଣି ଥରେ ଆଉ ଏକ ପୁତ୍ର ସନ୍ତାନର ବାପାମାଆ ହୋଇଛନ୍ତି।

ବଲିଉଡର କିଙ୍ଗ ଖାନ ଶାହାରୁଖଙ୍କର ପୁଅ ଆୟନ ଖାନଙ୍କୁ ଏନସିବି ଏକ କ୍ରୁଜ ପାର୍ଟିରେ ଗିରଫ କରିଥିଲା। ତାଙ୍କ ଉପରେ ଧଳାଜହର ପାର୍ଟି କରିବାର ଅଭିଯୋଗ ଥିଲା। ପ୍ରାୟ ଏକ ମାସ ତାଙ୍କୁ ଜେଲରେ ରଖାଯାଇଥିଲା।

ସେହିପରି ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଥିଲା। ଚଳଚ୍ଚିତ୍ର ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର , ପଦ୍ମବିଭୁଷଣ, ପଦ୍ମ ଭୂଷଣ ମିଳିଥିଲା।

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନିଧିନ ସଭିଁଙ୍କୁ ସ୍ତବ୍ଧ କରିଦେଇଥିଲା। ବିଗ୍‍ ବସ୍‍ ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଚମତ୍କାର ଅଭିନୟ ଦ୍ୱାରା
ସଭିଁଙ୍କ ହୃଦୟରେ ସ୍ଥାନ ପାଇଥିଲେ। ନିଜ ଫିଟନେସ୍‍ ପ୍ରତି ଧ୍ୟାନ ରଖୁଥିବା ସିଦ୍ଧାର୍ଥଙ୍କର ହୃଦଘାତରେ  ପରଲୋକ ହୋଇଥିଲା।

ଅଶ୍ଳୀଳ ଚଳଚ୍ଚିତ୍ର ତିଆରି ଅଭିଯୋଗରେ ମୁମ୍ବଇ କ୍ରାଇମବ୍ରାଞ୍ଚ ଟିମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ୨ ମାସ ସେ ଜେଲ୍‍ ରେ ରହିଥିଲେ।

ପେଗାସସ ମାମଲା ସଂସଦ ଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଦେଖାଯାଇଥିଲା।

ନୀରଜ ଚୋପ୍ରା ଅଲମ୍ପିକ୍‍ ରେ ଦେଶ ପାଇଁ ସୁନା ପଦକ ଆଣିଥିଲେ। ଅନ୍ୟ ଖେଳାଳୀ ମଧ୍ୟ ରୌପ୍ୟ,ବ୍ରୋଞ୍ଜ,ପିତ୍ତଳ ପଦକ ଦେଶ ପାଇଁ ଆଣିଥିଲେ।
ଜାନୁଆରୀରୁ ଆରମ୍ଭ ହୋଇଥିବା କରୋନା ଟିକାକରଣ ୯ ମାସରେ ୧୦୦ କୋଟି ପାର କରିଥିଲା।

ତାଲିବାନ ଆଫଗାନିସ୍ତାନରେ ନିଜର କବଜା କରିଥିଲା। ଅନେକ ଲୋକେ ଆଫଗାନିସ୍ତାନ ଛାଡି ପଳାଇଥିଲେ।

କରୋନାର ୨ୟ ତରଙ୍ଗର ନିଜର କାୟା ବିସ୍ତାର କରି ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଗଙ୍ଗାନଦୀରେ ମୃତଦେହ ଭାସୁଥିବାର ଦେଖାଯିବା ସହ ହସ୍ପିଟାଲରେ ଶଯ୍ୟା ଓ ଅକ୍ସିଜେନ ସିଲିଣ୍ଡର ପାଇଁ ଲୋକେ ଡହଳ ବିକଳ ମଧ୍ୟ ହୋଇଥିଲେ। ଏହି ବର୍ଷରେ ଲକ୍ଷ ଲକ୍ଷ ଲୋକଙ୍କ ଲୁହର କାରଣ ପାଲଟିଛି କରୋନା ମହାମାରୀ।

ପଶ୍ଚିମବଙ୍ଗରେ ନିର୍ବାଚନରେ ବିଜେପି-ଟିଏମସି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବିଜୟ ହାସଲ କରିଥିଲେ।

ଉତ୍ତରପ୍ରଦେଶରେ ଲଖିମପୁର ଖେରୀରେ ପ୍ରଦର୍ଶନକାରୀ କୃଷକଙ୍କ ଉପରେ ଜିପ ମାଡିଯାଇଥିଲା। ଏହି ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତ ଭାବେ ଜେଲରେ ରହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀବିଶ୍ୱନାଥ କରିଡରର ଶୁଭ ଉଦଘାଟନ କରିଛନ୍ତି। ବର୍ତ୍ତମାନ ଶ୍ରଦ୍ଧାଳୁ ଲଲିତା ଘାଟରୁ ଜଳ ନେଇ ବାବା ବିଶ୍ୱନାଥଙ୍କୁ ଜଳ ଅର୍ପଣ କରୁଛନ୍ତି।

ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା  ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।  ଗରିବ ଅସହାୟ ରୋଗୀ ଏହି କାର୍ଡ ବଳରେ ପୁରୁଷ ରୋଗୀ ପାଞ୍ଚ ଲକ୍ଷ ଏବଂ ମହିଳା ରୋଗୀ ଦଶ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାର ସୁବିଧା ପାଇପାରିବେ।

ସମ୍ପୂର୍ଣ୍ଣ ଏକ ବର୍ଷ ଧରି ଜାରି ରହିଥିବା କୃଷକ ଆନ୍ଦୋଳନକୁ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଉକ୍ତ ୩ କୃଷି ଆଇନକୁ ଉଚ୍ଛେଦ କରିଥିଲେ। ଏହାପରେ କୃଷକ ଆନ୍ଦୋଳନ ଶେଷ ହୋଇଥିଲା।

ଦେଶ ବୀରପୁତ୍ରକୁ ହରାଇଥିଲା। ତାମିଲନାଡୁର କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତ , ତାଙ୍କ ପତ୍ନୀଙ୍କ ସମେତ ମୋଟ ୧୩ ଜଣଙ୍କର ଏଥିରେ ମୃତ୍ୟୁ ଘଟିଥିଲା।

ଚଳିତ ମାସରୁ ଆରମ୍ଭ ହୋଇଛି କରୋନାର ନୂଆ ପ୍ରକରଣ ଓମିକ୍ରନର ଭୟ। ବର୍ତ୍ତମାନ ଦେଶରେ ମୋଟ ୬୫୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀ ଓ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories