www.samajalive.in
Monday, December 15, 2025
15.1 C
Bhubaneswar

ଫେସ୍‍ବୁକ୍‍ ବନ୍ଧୁତାରୁ ବାଇକ୍‍ ଲୁଟ୍‍, ଜଣେ ଗିରଫ

ଆଠଗଡ଼ : ଫେସ୍‍ବୁକରେ ବନ୍ଧୁତା କରି ବନ୍ଧୁଙ୍କ ଘରକୁ ଆସି ବାଇକ୍‍ ଓ ଏକ ସ୍ମାର୍ଟଫୋନ ଚୋରି କରି ନେବା ଭଳି ଏକ ଅଭାବନୀୟ ଘଟଣା ଆଠଗଡ଼ ଅଞ୍ଚଳରେ ଘଟିଛି । ପୁଲିସ ଏତଲା ପାଇ ଘଟଣାର ତଦନ୍ତ କରି ବାଇକ ଲୁଟ କରିଥିବା ଆସ୍କା ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରି ତାଙ୍କଠାରୁ ବାଇକ ଓ ଫୋନ ଜବତ କରିଥିବା ଜଣାପଡ଼ିଛି।

ଘଟଣାର ବିବରଣୀରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ ଅଧିନ ହଂସଭୂଇଁ ଗ୍ରାମର ପବିତ୍ର ଓଝାଙ୍କ ସହିତ ଫେସ୍‍ବୁକ୍‍ ମାଧ୍ୟମରେ ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ କୁଟିପୁଡି ଗ୍ରାମର ଲିପୁ ଗୌଡ (୨୪) ଗତ ୪-୫ମାସ ମଧ୍ୟରେ ବନ୍ଧୁତା ଜମାଇଥିଲେ । ପରେ ଲିପୁ ତାଙ୍କ ଫେସ୍‍ବୁକ୍‍ ବନ୍ଧୁ ହଂସଭୂଇଁର ପବିତ୍ରଙ୍କ ଘରକୁ ବୁଲିବାକୁ ଆସିଥିଲେ। ତେବେ ଚଞ୍ଚକତା କରି ସେ ପବିତ୍ରଙ୍କର ଏକ ପଲ୍‍ସର୍‍ ବାଇକ ଓ ଏକ ମୋବାଇଲ ଫୋନ ନେଇ ଚମ୍ପଟ ମାରିଥିଲେ । ଏ ସଂପର୍କରେ ପବିତ୍ର ଆଠଗଡ଼ ଥାନାରେ ଲିଖିତ ଏତଲା ଦେବା ପରେ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡ଼ା ଉପନିରୀକ୍ଷକ ଶିବ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଆସ୍କା ଅଞ୍ଚଳକୁ ପଠାଇଥିଲେ। ଆଠଗଡ଼ ପୁଲିସର ଏହି ଦଳ ଆସ୍କା ପୁଲିସ ସହାୟତାରେ ଶୁକ୍ରବାର ଲିପୁ ଗୌଡକୁ ଧରି ତା ଠାରୁ ଚୋରି ପଲସର ବାଇକ ଓ ମୋବାଇଲ ଫୋନ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ଆଣିବା ପରେ ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories