www.samajalive.in
Saturday, December 13, 2025
27.1 C
Bhubaneswar

ଗ୍ରୀଡ୍ ଷ୍ଟେସନ୍ କାର୍ଯ୍ୟକୁ ନେଇ ପଲାଇ ଗ୍ରାମରେ ଉତ୍ତେଜନା, ବାଡଦେଇ ଧାରଣାରେ ବସିଲେ ଗ୍ରାମବାସୀ

ବାଲିଚନ୍ଦ୍ରପୁର: ବଡଚଣା ବ୍ଲକ ପଲାଇ ଠାରେ ନିର୍ମାଣ ହେବାକୁ ଥିବା ୨୨୦/୩୩ ଗ୍ରୀଡ ଷ୍ଟେସନ କାର୍ଯ୍ୟକୁ ସ୍ଥାନୀୟ ଗ୍ରାମବାସୀ ମାନେ ଜୋରଦାର ବିରୋଧ କରିଛନ୍ତି। ଦୁଇଦିନ ହେବ ଶତାଧିକ ଗ୍ରାମବାସୀ ନିର୍ମାଣସ୍ଥଳୀରେ ଧାରଣାରେ ବସିରହିବା ସହ ନିର୍ମାଣସ୍ଥଳୀରେ ବାଡବୁଝିଦେଇଛନ୍ତି। ଏହି ଘଟଣାକୁ ପଲାଇରେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ମାନଙ୍କ ଅଭିଯୋଗ ମୁତାବକ ସେମାନେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରୁନାହାନ୍ତି। ପଲାଇ ମୌଜାର ବାରବାଟି ପଡିଆ ପ୍ରାୟ ୩୪ ଏକର ପରିମିତ ସ୍ଥାନରେ ଅବସ୍ଥିତ। ଯାହାକୁ ଗ୍ରାମବାସୀ ମାନେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାନ୍ତି। ତେବେ ହରିଦାସପୁର ପାରାଦ୍ୱୀପ ରେଳପଥ ଏହି ପଡିଆ ମଧ୍ୟ ଦେଇ ଯିବାସହ ରେଳବିଭାଗ ଏଥିରୁ ୭ ଏକର ସ୍ଥାନ ଅଧିଗ୍ରହଣ କରିଛି। ଯାହାଫଳରେ ଏବେ ପଡିଆଟି ଦୁଇ ଭାଗ ହୋଇଯାଇଛି। ଏବେ ଗୋଟିଏ ପାଶ୍ୱର୍ରେ ବହୁ ପୁରାତନ ଯଜ୍ଞ ମଣ୍ଡପ ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ରହିଛି। ଏବେ ପ୍ରକଳ୍ପ ନିର୍ମାଣ ପାଇଁ ତହସିଲ ପକ୍ଷରୁ ୧୫ ଏକର ପରିମିତ ସ୍ଥାନକୁ ଓପିଟିସିଏଲକୁ ୯୯ ବର୍ଷ ପାଇଁ ଲିଜ ସୁତ୍ରରେ ପ୍ରଦାନ କରାଯାଇଛି। ଯାହାଫଳରେ ଏହି ପଡିଆରେ ଚାରି ଗ୍ରାମବାସୀ ମାନେ ବ୍ୟବହାର କରୁଥିବା ୪ ଗୋଟି ଶ୍ମସାନ, ଖେଳପଡିଆ ଆଦି ରହିବ ନାହିଁ। ଗ୍ରାମବାସୀ ମାନେ ମୂଳରୁ ଏହି ପ୍ରକଳ୍ପକୁ ଗୋଟିଏ ପାର୍ଶ୍ବରେ କରିବାକୁ ଦାବି କରିଥିଲେ ମଧ୍ୟ ସେହି ଦାବିକୁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଗଲା ନାହିଁ। ଏନେଇ ବହୁବାର ଗ୍ରାମବାସୀ ମାନେ ବହୁବାର ଜନପ୍ରତିନିଧି ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନିରାଶ ହୋଇଛନ୍ତି।

ସୂଚନା ଯୋଗ୍ୟ ଯେ ୨୦୧୯ ମସିହା ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତେବେ ଭିତ୍ତିପ୍ରସ୍ତର ସ୍ଥାପନକୁ ୨ ବର୍ଷ ବିତିଯିବା ପରେ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ ପରେ ଗତ ୬ ତାରିଖରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ପୁନଃର୍ବାର ଏହି ପ୍ରକଳ୍ପର ନଡିଆ ବାଡେଇ ଶୁଭାରମ୍ଭ କରିଥିଲୋ । ତେବେ ଗ୍ରାମବାସୀ ଙ୍କ ବିରୋଧ ପାଇଁ ବିଧାୟକ ଙ୍କ ଏହି କାର୍ଯ୍ୟକ୍ରମକୁ କଡା ସୁରକ୍ଷା ମଧ୍ୟରେ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ସହିତ ଯାଜପୁର ରୋଡ ଏସ.ଡି.ପି.ଓ ଓ ବାଲିଚନ୍ଦ୍ରପୁର ଥାନାଧିକାରିଣୀ, ଜଣେ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ତେବେ ମୁଖ୍ୟ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ନିଜ ପତିଆରା ପାଇଁ ପୁଣି ବିଧାୟକ ସେହି ପ୍ରକଳ୍ପ କୁ ଶୁଭାରମ୍ଭ କରିବା ଓ ଜଣେ ନିର୍ବାଚିତ ଜନପ୍ରତିନିଧି ହୋଇ ମଧ୍ୟ ସ୍ଥାନୀୟ ଗ୍ରାମବାସୀ ଙ୍କ ଅଭିଯୋଗକୁ ଏଡାଇ ଦେବାକୁ ଗ୍ରାମବାସୀ ମାନେ ତୀବ୍ର ନିନ୍ଦା କରିଛନ୍ତି। ନିଜର ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ଗ୍ରାମବାସୀ ମାନେ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories