ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଠାକୁରମୁଣ୍ଡା ବଜାର ନିକଟସ୍ଥ ଜେନା ସାହି ଛକ ନିକଟରେ ରବିବାର ଏକ କାର ଧକ୍କା ଦେବାରୁ ଦୁଈ ଜଣ ବାଇକ ଅରୋହୀ ଗୁରୁତର ହୋଈଛନ୍ତି। ଠାକୁରମୁଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁର୍ଘଟଣା ପରେ ଠାକୁରମୁଣ୍ଡା ଥାନା ପୋଲିସ କାର ଓ ବାଇକ କୁ ଜବତ କରି ଡ୍ରାଇଭରକୁ ଅଟକ ରଖିଛି।
ପ୍ରକାଶ ଯେ,ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳ ର ଦେବାଶିଷ ସାହୁ ଓ ମଞ୍ଜୁରୀରୋଡ଼ ଅଞ୍ଚଳ ର ହରେକୃଷ୍ଣ ନାୟକ ଏକ ବାଇକ ନମ୍ବର ଓଡ଼ି ୨୨ କେ ୫୧୪୯ ଯୋଗେ ଠାକୁରମୁଣ୍ଡା ଆସି କାମ ସାରି ଭଦ୍ରକ ଫେରୁଥିବା ବେଳେ ଦିନ ପ୍ରାୟ ୩ ଟା ସମୟରେ ବିପରୀତ ଦିଗ ଆନନ୍ଦପୁର ପଟରୁ ଆସୁଥିବା ଏକ ମରୁତି ସୁଜୁକି କାର ନମ୍ବର ଓଡ଼ି ୦୨ ଏପି ୫୯୧୪ କର ଟି , ଦୂତଗତୀରେ ଆସି ଜେନା ସାହି ନିକଟରେ ବାଇକ କୁ ଧକ୍କା ଦେଇଥିଲା।ଦୁର୍ଘଟଣା ପରେ କାର ଖସି ପଳାଇ ଯାଉଥିବା ବେଳେ ଦୁର୍ଘଟଣାରେ କାର ର ଡାହାଣ ପଟୋ ଆଗ ଚକ ଫାଟି ଯାଇ ଥିବାରୁ କାର ଟି କିଛି ଦୂରରେ ଅଟକି ଯାଇଥିଲା।ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ପହଞ୍ଚି କାର ଓ ଡ୍ରାଇଭର କୁ ହେପାଜତ କୁ ନେଇଥିଲା।ଦୁର୍ଘଟଣାରେ ଗୁରୁତର ଥିବା ଦୁଈ ବାଇକ ଆରୋହୀ ଯୁବକ ଙ୍କୁ ଘଟଣାସ୍ଥଳ ରୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ କଟକ ବଡମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।



