ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟରେ ମଞ୍ଚସ୍ଥ ହେଲା ‘ଆଦିକବି’, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉଦ୍ୟମକୁ ଭୂୟସୀ ପ୍ରଶଂସା

ଭୁବନେଶ୍ୱର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ । ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା । ଆଦିକବି ହେଉଛନ୍ତି ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଶାସନ କାଳର । ଚିତ୍ରୋତ୍ପଳା ନଦୀର ଶାଖାନଦୀ କୂଳ ଶାରୋଳ ଗ୍ରାମରେ ଏକ କୃଷି ପରିବାରରେ ଜନ୍ମ ନେଇଥିଲେ ସାରଳା ଦାସ ତଥା ସିଦ୍ଧେଶ୍ୱର । ବାପା ଛେଉଣ୍ଡ ସିଦ୍ଧେଶ୍ୱର ଥିଲେ ମା’ଶାରଳାଙ୍କ ଭକ୍ତ । ସି’ଅକ୍ଷର ବିବର୍ଜିତ ସିଦ୍ଧେଶ୍ୱର ମା’ଙ୍କ ଆଶୀର୍ବାଦରୁ ରଚନା କଲେ ବିଚିତ୍ର ରାମାୟଣ, ଚଣ୍ଡୀ ପୁରାଣ ଏବଂ ମହାଭାରତ ମହାକାବ୍ୟ । ତାଙ୍କ କାବ୍ୟମାନ ସନ୍ଧ୍ୟାରେ ମନ୍ଦିର ବେଢ଼ାରେ ବସି ସେ ଗ୍ରାମବାସୀଙ୍କୁ ପଢ଼ି ଶୁଣାଉଥିଲେ । ଏହାକୁ ତତ୍କଳୀନ ବ୍ରାହ୍ମଣ ସମାଜ ବିରୋଧ କରିବା ସହ ଶୁଦ୍ର ସିଦ୍ଧେଶ୍ୱର ରଚିତ ପୁରାଣ ଅଶୁଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଏହି କଥା ଗଜପତିଙ୍କ ନିକଟକୁ ଯିବା ପରେ କପିଳେନ୍ଦ୍ର ଦେବଙ୍କ ଆଦେଶ କ୍ରମେ ଏହି ଗ୍ରନ୍ଥ ସ୍ୱୀକୃତି ଲାଭ କରିବାରୁ ସିଦ୍ଧେଶ୍ୱର ଯଥାର୍ଥରେ ଆମ ଓଡ଼ିଆ ଜାତିର ଆଦିକବି ଭାବେ ପରିଚିତ ହେଲେ ।

ଏହାକୁ ସୀତେଶ ତ୍ରିପାଠୀ ରଚନା କରିଥିବାବେଳେ ଦର୍ପ ନାରାୟଣ ସେଠୀ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି । ରଙ୍ଗମ୍‌ ନାଟ୍ୟସଂସ୍ଥାର କଳାକାରମାନେ ଚରିତ୍ରାଭିନୟ କରିଥିଲେ । ବିଭିନ୍ନ ଚରିତ୍ରରେ ବିଜୟ କୁମାର ରଥ, ପାର୍ଥସାରଥୀ ମହାନ୍ତି, ଯାନୀକାନ୍ତ ମିଶ୍ର, ଅପୂର୍ବ ରଞ୍ଜନ ସାହୁ, ବିଶ୍ୱ ମୋହନ ମହାପାତ୍ର, ସୀମାଞ୍ଚଳ ପାଢ଼ୀ, ମନୋଜ ମହାପାତ୍ର, ସହସ୍ରାକ୍ଷ ରଥ, ବିମଳ ପଟ୍ଟଯୋଷୀ, ରାଜକିଶୋର ଦାସ, ବାଦଲ ନାୟକ, ଅମୀୟ ସାହୁ, ସୁନିଲ କୁମାର ନାୟକ, ଯସ୍ମିନ୍‌ ପରିଡ଼ା ଓ ସତି ସାରେଗାମା ଅଭିନୟ କରିଥିବାବେଳେ ସଂଗୀତରେ ପ୍ରସନ୍ନ ମିଶ୍ର ଓ ପ୍ରତାପ ରାଉତ, ଆଲୋକରେ ବିକାଶ ପ୍ରଧାନ, ରୂପସଜ୍ଜାରେ ନରେନ୍ଦ୍ର ସେନାପତି, ପୋଷାକରେ କାର୍ତ୍ତିକ ଚନ୍ଦ୍ର ସାହୁ, ମଞ୍ଚସଜ୍ଜାରେ ତ୍ରିଲୋଚନ ସାହୁ, ମଞ୍ଚ ପରିଚାଳନାରେ ସୌଭାଗ୍ୟ ରଞ୍ଜନ ସାହୁ ଓ ସହ ନିର୍ଦ୍ଦେଶନାରେ ସନ୍ତୋଷ କୁମାର ବାରିକ ସହଯୋଗ କରିଥିଲେ ।

prayash

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ପ୍ରବାଦ ପୁରୁଷ ଓ ସମାଜ ସଂସ୍କାରକମାନଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ନାଟକ ଗତ ତିନି ବର୍ଷ ଧରି ମଞ୍ଚସ୍ଥ କରାଯାଉଛି । ଏଭଳି ଉଦ୍ୟମ ଦ୍ୱାରା ଯୁବପିଢ଼ି ମହାପୁରୁଷଙ୍କ ସଂପର୍କରେ ଜାଣିବାର ସୁଯୋଗ ପାଇପାରିବେ । ଏକାଡେମୀର ଏହି ଉଦ୍ୟମକୁ ଉପସ୍ଥିତ ଦର୍ଶକ, ନାଟ୍ୟପ୍ରେମୀ ପ୍ରଶଂସା କରିଥିଲେ । ଗତ ପାଞ୍ଚ ଦିନ ଧରି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ନାଟକ ଉତ୍ସବର ଆୟୋଜନ କରାଯାଇଛି ।

ଆଜି ସନ୍ଧ୍ୟାରେ ଅତିଥି ଭାବେ କାଦମ୍ବିନୀ ପତ୍ରିକା ସମ୍ପାଦିକା ଇତିରାଣୀ ସାମନ୍ତ, ସତ୍ୟଜିତ ରାୟ ଚଳଚ୍ଚିତ୍ର ଓ ଟେଲିଭିଜନ ସଂସ୍ଥା ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ନାଟ୍ୟକାର ଧୀରେନ ମଲ୍ଲିକ, ଲାଲ ବୀରେନ ରାୟ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.