ଆହୁରି ବଢିବ ବସ୍ ସଂଖ୍ୟା, ବଦଳିବ ମୋ ବସ୍ର ନାଁ, ହୋଇପାରେ ଆମ ବସ୍ : ମନ୍ତ୍ରୀ
ଭୁବନେଶ୍ଵର: ଆଜି ସକାଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମାଷ୍ଟରକ୍ୟାଣ୍ଟିନଠାରୁ ଗାଢକଣ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏବଂ ଯାତ୍ରୀ ମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛିା ମନ୍ତ୍ରୀ କହିଛନ୍ତି ବସ୍ ସେବା ଭଲ ଅଛି , ଆହୁରି ବସ୍ ସଂଖ୍ୟା ବଢିବ। ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଆଉ ୪୦୦ ବସ୍ ଆସୁଛି। ଭୁବନେଶ୍ଵର ଓ କଟକ ପାଇଁ ଶହେ ଲେଖାଏଁ ବସ୍ ରହିବ। ଟ୍ରାଫିକ୍ ସମସ୍ୟା, ଦୁର୍ଘଟଣା ଆଦି ପ୍ରସଙ୍ଗକୁ ଗୁରୁତ୍ଵ ସହ ନିଆଯିବ। ଆଗକୁ ମୋ ବସ୍ ଗୁଡିକ ଇଲେକ୍ଟ୍ରିକ୍ ବସ୍ ହେବ । ଏବଂ ମୋ ବସ୍ ନାଁ ବଦଳି ଆମ ବସ୍ ହେଲେ ଭଲ ହେବ ବୋଲି କହିଛନ୍ତି ମନ୍ତ୍ରୀ।
Comments are closed.