www.samajalive.in
Tuesday, December 9, 2025
15.1 C
Bhubaneswar

ଜଷ୍ଟିସ୍‌ ଏମ୍‌ଏମ୍‌ କୁମାରଙ୍କ ଘୋଷଣା, ଡିସେମ୍ବର ୨୧ରେ ହେବ ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଭୋଟ୍‌ ଗ୍ରହଣ, ଗଣତି ଓ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଷ୍ଟିସ୍‌ ଏମ୍‌ଏମ୍‌ କୁମାର ଘୋଷଣା କରିଛନ୍ତି।

ଅଗଷ୍ଟ ୭ରେ ଜାରି ଭୋଟର ତାଲିକା ଅନୁଯାୟୀ ଡବ୍ଲ୍ୟୁଏଫଆଇ ନିର୍ବାଚନ ହେବ। ଡିସେମ୍ବର ୨୧ରେ ହେବାକୁ ଥିବା ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ନିର୍ବାଚନ ଅଧିକାରୀଙ୍କ ତରଫରୁ ଜାରି ସୂଚନାନୁଯାୟୀ ଡବ୍ଲ୍ୟୁଏଫଆଇ ନିର୍ବାଚନ ଉପରେ ଗତ ଜୁଲାଇ ୧୧ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ।

- Advertisement -

ତେବେ ରହିତାଦେଶକୁ ସର୍ବୋଚ୍ଚ ନ୍ୟାୟାଳୟ ହଟାଇ ଦେଇଥିବାରୁ ଏହି ନିର୍ବାଚନ ଆସନ୍ତା ୨୧ରେ ହେବ। ସୂଚନାଥାଉ କି ଡବ୍ଲ୍ୟୁଏଫଆଇର ପୂର୍ବତନ ସଭାପତି ବ୍ରିଜ୍‌ଭୂଷଣ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରି ବଜରଙ୍ଗ ପୁନିଆ, ସାକ୍ଷୀ ମଲିକଙ୍କ ପରି ଏକାଧିକ କୁସ୍ତିଯୋଦ୍ଧା ଧାରଣା ଦେଇଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ଜୁଲାଇରେ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଭିନ୍ନ ଅଦାଲତରେ ନିର୍ବାଚନକୁ ନେଇ ଏକାଧିକ ମାମଲା ରୁଜୁ ହୋଇଥିବାରୁ ନିର୍ବାଚନ କରିବା ସମ୍ଭବପର ହୋଇପାରିନଥିଲା।

ନିର୍ଦ୍ଧାରିତ ସମୟରେ ନିର୍ବାଚନ ନ ହୋଇପାରିବାରୁ ଡବ୍ଲ୍ୟୁଏଫଆଇକୁ ଅନ୍ତର୍ଜାତୀୟ କୁସ୍ତି ମହାସଂଘ ନିଲମ୍ବନ କରିଥିଲା। ଡବ୍ଲୁଏଫ୍‌ଆଇର ପଦାଧିକାରୀଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହଟାଇ ଦେଇ ଏହାର ପରିଚାଳନା ପାଇଁ ଭାରତୀୟ ଉସୁ ଆସୋସିଏସନ୍‌ ସଭାପତି ଭୂପେନ୍ଦ୍ର ସିଂହ ବାଜୱାଙ୍କ ନେତୃତ୍ବାଧୀନ ଏକ ଅସ୍ଥାୟୀ କମିଟି ଗଠନ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories