ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଠାକୁରମୁଣ୍ଡା ବ୍ଲକ ଉପାଧକ୍ଷ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଉପାଧକ୍ଷ ନିର୍ବାଚନରେ ନିର୍ଦୋନ୍ଦରେ ନିର୍ବାଚିତ ହେଲେ ଦିଗଧର ଗ୍ରାମପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ ବିଜେପି ଯୁବକ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ମହାନ୍ତ। ବ୍ଲକର ମୋଟ ୧୮ ଗୋଟି ଗ୍ରାମପଞ୍ଚାୟତର ସମିତି ସଭ୍ୟମାନଙ୍କ ମଧ୍ୟରୁ ଉପାଧକ୍ଷ ନିର୍ବାଚନରେ ୧୦ ଜଣ ସମିତି ସଭ୍ୟ ଉପସ୍ଥିତ ରହିଥିବା ବେଳେ ୮ ଜଣ ସଭ୍ୟ ଅନୁପସ୍ଥିତ ରହିଥିଲେ। ଉପାଧକ୍ଷ ପଦ ପାଇଁ ଜଣେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ନାମାଙ୍କନ ଦାଖଲ କରିଥିବା ସନ୍ତୋଷ କୁମାର ମହାନ୍ତ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ଉପାଧକ୍ଷ ଭାଜପା ଦଳର ଠାକୁରମୁଣ୍ଡା ବ୍ଲକର ମଣ୍ଡଳ ଯୁବ ମୋର୍ଚ୍ଚାର ସଭାପତି ଥିବା ଜଣାଯାଇଛି।

Comments are closed.