www.samajalive.in
Sunday, December 14, 2025
19.1 C
Bhubaneswar

ହେଡିଂଲି ଟେଷ୍ଟରେ ଭାରତ ହାରିବାର ୫ କାରଣ

ହେଡିଂଲି : ପ୍ରଥମ ଟେଷ୍ଟରେ ଘରୋଇ ଇଂଲଣ୍ଡଠାରୁ ଭାରତ ୫ ୱିକେଟ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ରେ ଭାରତୀୟ ଦଳ ୫ଟି ଶତକ ମାରିଥିଲା। ଶୁଭମନ ଗିଲ୍‌ ପ୍ରଥମଥର ଦଳର ନେତୃତ୍ବ ନେବା ସହ ନିଜେ ଶତକ ମଧ୍ୟ ମାରିଥିଲେ। ଉଭୟ ଇନିଂସକୁ ମିଶାଇ ଭାରତ ଏହି ଟେଷ୍ଟରେ ମୋଟ ୮୩୫ ରନ୍‌ କରିଥିଲା। ତଥାପି ଭାରତ ପରାଜୟରୁ ବଞ୍ଚି ପାରିନଥିଲା। ମ୍ୟାଚ୍‌ରେ ଏପରି କିଛି ମୁହୂର୍ତ୍ତ ଆସିଥିଲା; ଯାହା ଭାରତ ପାଇଁ ସ୍ମରଣୀୟ ହୋଇ ରହିବ। ପୁଣି ଦଳ ବହୁତ ତ୍ରୁଟି କରିଥିଲା। ଭାରତ ପ୍ରଥମ ଇନିଂସରେ ୪୭୧ ରନ୍‌ କରିବା ସତ୍ତ୍ବେ ପରାସ୍ତ ହୋଇଥିଲା। ଆସନ୍ତୁ ଭାରତ ହାରିବାର ୫ଟି କାରଣ ବିଷୟ‌େ‌ର ଆଲୋଚନା କରିବା। ଉଭୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଉଭୟ ଇନିଂସରେ ଭାରତ ବ୍ୟାଟିଂ କରିବା ବେଳେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା। ଯଶସ୍ବୀ ଜୟସୱାଲ, ଶୁଭମନ ଗିଲ୍‌ ଓ ଋଷଭ ପନ୍ତଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ଏକଦା ୩ ୱିକେଟ୍‌ରେ ୪୩୦ ରନ୍‌ କରିଥିଲା। ହେଲେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୪୧ ରନ୍‌ରେ ଶେଷ ୭ଟି ୱିକେଟ୍‌ ହରାଇଥିଲା। ୬୦୦ ରନ୍‌ କରିବ ବୋଲି ଆଶା ଥିବା ବେଳେ ଭାରତ ୪୭୧ରେ ଅଲ୍ଆଉଟ୍‌ ହୋଇ ଯାଇଥିଲା। ୨ୟ ଇନିଂସରେ ଅନୁରୂପ ଦେଖିବାକୁ ମିଳିଥିଲା। କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତଙ୍କ ଶତକ ବଳରେ ଭାରତ ୪ ୱିକେଟ୍‌ରେ ୩୩୩ ରନ୍‌ କରିଥିଲା। ତେବେ ଏହା ୩୧ ରନ୍‌ରେ ଶେଷ ୬ଟି ୱିକେଟ୍‌ ହରାଇଥିଲା। ଫଳରେ ଉଭୟ ଇନିଂସକୁ ମିଶାଇ ଭାରତ ୭୨ ରନ୍‌ରେ ମୋଟ ୧୩ଟି ୱିକେଟ୍‌ ହରାଇଥିଲା। ଗୁରୁତ୍ବପୂର୍ଣ୍ଣ ସମୟରେ କ୍ୟାଚ୍‌ ଛାଡ଼ିବାଉଭୟ ଇନିଂସରେ ଭାରତ ନିମ୍ନମାନର ଫିଲ୍‌ଡିଂ କରିଥିଲା। ଯଶସ୍ବୀ ଜୟସୱାଲ ମ୍ୟାଚ୍‌ରେ ଏକା ୪ଟି କ୍ୟାଚ୍‌ ଛାଡ଼ିଥିଲେ। ବେନ୍‌ ଡକେଟ୍‌ ୯୭ ରନ୍‌ କରିଥିବା ବେଳେ ଯଶସ୍ବୀ ତାଙ୍କ କ୍ୟାଚ୍‌ ଛାଡ଼ିବା ପରେ ସେ ୧୪୯ ରନ୍‌ କରିଥିଲେ। ପୁଣି ରବୀନ୍ଦ୍ର ଜାଡ଼େଜା, ୱିକେଟ୍‌ ରକ୍ଷକ ଋଷଭ ପନ୍ତ ଓ ସ୍ଲିପ୍‌ ଫିଲ୍‌ଡର ମଧ୍ୟ କ୍ୟାଚ୍‌ ଛାଡ଼ିଥିଲେ। ଉଭୟ ଦଳଙ୍କ ମଧ୍ୟରେ ଏହା ବଡ଼ ଫରକ ଥିଲା। ଆବଶ୍ୟକ ବେଳେ ଭାରତୀୟ ବୋଲର ଦଳକୁ ୱିକେଟ୍‌ ଦେଇନଥିଲେ। ବୋଲିଂରେ ନିୟମିତତା ନଥିଲା। ଯଶପ୍ରୀତ ବୁମ୍‌ରା ପ୍ରଥମ ଇନିଂସରେ ୫ଟି ୱିକେଟ୍‌ ନେଇଥିବା ବେଳେ ୨ୟ ଇନିଂସରେ ୱିକେଟ୍‌ ପାଇନଥିଲେ। ପ୍ରସିଦ୍ଧ କୃଷ୍ଣ ଓ ମହମ୍ମଦ ସିରାଜ୍‌ ମିଳିତ ଭାବେ ୫ଟି ୱିକେଟ୍‌ ନେଇଥିଲେ ହେଁ ୨୫୦ ରନ୍‌ ଦେଇଥିଲେ। ପ୍ରସିଦ୍ଧ ଓଭର ପିଛା ୬.୪ ରନ୍‌ ଦେଇଥିଲେ। ସାର୍ଦୁଳ ଠାକୁରଙ୍କୁ ମ୍ୟାଚ୍‌​‌େ​‌ର ମାତ୍ର ୧୬ ଓଭର ବୋଲିଂ ମିଳିଥିଲା। ୨ୟ ଇନିଂସରେ ପ୍ରସିଦ୍ଧ ଓଭର ପିଛା ୬ ଓ ସାର୍ଦୁଳ ୫ରୁ ଅଧିକ ରନ୍‌ ଦେଇଥିଲେ। ଅର୍ଶଦୀପ ସିଂହଙ୍କ ପରି ବୋଲରଙ୍କ ଅନୁପସ୍ଥିତି ଅନୁଭବ ହୋଇଥିଲା।
ବୁମ୍‌ରାଙ୍କ ଉପରେ ଅଧିକ ନିର୍ଭର
ହେଡିଂଲି ଟେଷ୍ଟରେ ଲାଗିଥିଲା ଯେ ଯଶପ୍ରୀତ ବୁମ୍‌ରା ଏକା ଦଳକୁ ଜିତାଇବେ। ଦ୍ରୁତ ଗତି, ରିଭର୍ସ ସ୍ବିଙ୍ଗ୍‌ ଓ ଲାଇନ୍‌ ଲେଙ୍ଗ୍‌ଥ​‌େ​‌ର ବୋଲିଂକରି ବୁମ୍‌ରା ପ୍ରଥମ ଇନିଂସରେ ୮୩ ରନ୍‌ଦେଇ ୫ଟି ୱିକେଟ୍‌ ନେଇଥିଲେ। ଇଂଲଣ୍ଡ ୨ୟ ଇନିଂସରେ ୩୭୧ ରନ୍‌ର ପିଛା କରିଥିବା ବେଳେ ବୁମ୍‌ରା ଦଳକୁ ନିୟମିତ ୱିକେଟ୍‌ ଦେବେ ବୋଲି ଆଶା କରା ଯାଉଥିଲା। ହେଲେ ୨ୟ ଇନିଂସରେ ବୁମ୍‌ରା ୱିକେଟ୍‌ ପାଇନଥିଲେ। ବେନ୍‌ ଡକେଟ୍‌ ଓ ଜ୍ୟାକ୍‌ କ୍ରଲି ତାଙ୍କୁ ସହଜରେ ଖେଳିବା ପରେ ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମନୋବଳ ବଢ଼ି ଯାଇଥିଲା। ସେମାନେ ଦୁର୍ବଳ ବଲ୍‌କୁ ନିୟମିତ ଭା​‌େ​‌ବ ପ୍ରହାର କରିଥିଲେ।
ଇଂଲଣ୍ଡର ବୁଦ୍ଧିମାନଭରା ବ୍ୟାଟିଂ
ମ୍ୟାଚ୍‌ରେ ଭାରତୀୟ ଉପର ଅର୍ଡର ଭଲ ବ୍ୟାଟିଂ କରିଥିଲା ଏବଂ ୫ଟି ଶତକ ମାରିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ବୁଦ୍ଧିମାନଭରା ବ୍ୟାଟିଂ କରିଥିଲା। ଏହା ସତ ଯେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ ବାଜ୍‌ବଲ୍‌ ବ୍ୟାଟିଂ କରିନଥିଲେ; ହେଲେ ସେମାନେ ଅଧିକ ସତର୍କତା ମଧ୍ୟ ଦେଖାଇ ନଥିଲେ। ପ୍ରଥମ ଇନିଂସରେ ଭାରତର ୪୭୧ ରନ୍‌ ଜବାବରେ ଇଂଲଣ୍ଡ ୪୬୫ ରନ୍‌ କରିଥିଲା। ଜ୍ୟାକ୍‌ କ୍ରଲି ବିଫଳ ହୋଇଥିଲେ ହେଁ ପରବର୍ତ୍ତୀ ୮ ଜଣଯାକ ବ୍ୟାଟ୍‌ସମ୍ୟାନ ରନ୍‌ କରିଥିଲେ। ୨ୟ ଇନିଂସରେ ଓଲି ପୋପ୍ ଓ ହ୍ୟାରୀ ବ୍ରୁକ୍‌ ବିଫଳ ହୋଇଥିବା ବେଳେ କ୍ରିଜ୍‌କୁ ଆସିଥିବା ଅନ୍ୟ ୫ ଜଣଯାକ ରନ୍‌ କରିଥିଲେ। ତେଣୁ ଭାରତ ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରିଥିବା ବେଳେ ଇଂଲଣ୍ଡ ଦଳଗତ ପ୍ରଦର୍ଶନ ଉପରେ ନିର୍ଭର କରିଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories