ମେଷ: ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ।
ବୃଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କରିତ୍କର୍ମା ହେବେ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
କର୍କଟ: ଆର୍ଥିକ ସ୍ଥିତି ସାମୟିକ ଭାବେ ଦୁର୍ବଳ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ମନରେ ଉଦ୍ବେଗ ଜାତ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅମୃତମୟ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ବାତ୍ତିକ ଆହର ଭୋଜନ କରିବେ।
କନ୍ୟା: ଲାଗି ରହିଥିବା ଶତ୍ରୁତାର ଅବସାନ ଘଟିବ। ମନରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମନସ୍କାମନା ପୂରଣ ହେବ।
ତୁଳା: ପାପ ପ୍ରତି ପରାଙ୍ମୁଖ ହେବେ। ଜିତେନ୍ଦ୍ରୀୟ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ କର୍ମତତ୍ପର ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ।
ବିଛା: କର୍ମକୁଶଳୀ ହେବେ। କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନା କରି ଉଚିତ୍ ପ୍ରାପ୍ୟ ହାସଲ କରିପାରନ୍ତି। ଯାନବାହନ ସୁଖ ମିଳିବ। କୃଷିକର୍ମ ପ୍ରତି ପ୍ରେରଣାଦାୟୀ ହେବେ।
ଧନୁ: ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଏକ ଉତ୍ତମ ଓ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ। କର୍ମେକ୍ଷତ୍ରକୁ ଉଳମୟ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଉତ୍ତମ ଗୁଣର ଅଧିକାରୀ ହେବେ।
ମକର: କାର୍ଯ୍ୟର ସଫଳ ରୂପାୟନ କରିି ପ୍ରଶଂସାର ପାତ୍ର ହେବେ। ସ୍ବକର୍ମ ବଳରେ କ୍ଷମତାର ଅଧିକାରୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ: ସ୍ବାସ୍ଥ୍ୟ ପ୍ରତି ସଚେତନତା ଆବଶ୍ୟକ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଜଳଯାତ୍ରାରୁ ବିରତ ରହିବା ଭଲ ହେବ। ନିଜ ଲୋକଙ୍କ ନିକଟରେ ମନର ଆବେଗକୁ ବ୍ୟକ୍ତ କରିବେ। ସତର୍କତା ଆବଶ୍ୟକ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ପାଇ ଆନନ୍ଦିତ ହେବେ। ପରୋପକାରୀ ହେବେ।
ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
Popular Categories



