୨୦୦୬ ବାରାଣସୀ ବିସ୍ଫୋରଣ : ମୁଖ୍ୟ ଅଭିଯୁକ୍ତ ୱାଲିଉଲ୍ଲାକୁ ମୃତ୍ୟୁ ଦଣ୍ଡାଦେଶ

ଗାଜିଆବାଦ : ୨୦୦୬ ଉତ୍ତରପ୍ରଦେଶ ବାରାଣସୀ ସିରିଜ୍ ବିସ୍ଫୋରଣ ଘଟଣାରେ ଗାଜିଆବାଦସ୍ଥିତ ଅଦାଲତ ଆତଙ୍କବାଦୀ ୱାଲିଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଶନିବାର ଅଦାଲତ ୱାଲିଉଲ୍ଲାକୁ ଦୋଷୀ ସାବ୍ୟସ୍ତ କରିଥିବାବେଳେ ସୋମବାର ଦଣ୍ଡାଦେଶ ଘୋଷଣା କରିଛନ୍ତି । ୨୦୦୬ ମାର୍ଚ୍ଚ ୭ରେ ହୋଇଥିବା ଏହି ସିରିଜ ବିସ୍ଫୋରଣରେ ୨୦ଜଣଙ୍କର ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଥିଲେ। ବାରାଣସୀର ସଙ୍କଟ ମୋଚନ ମନ୍ଦିର, କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନରେ ଏହି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ପୁଲିସ ୱାଲିଉଲ୍ଲାକୁ ଗିରଫ କରିଥିଲା। ୱାଲିଉଲ୍ଲା ପାଇଁ ବାରାଣସୀର କୌଣସି ଓକିଲ ମାମଲା ଲଢିବାକୁ ମନା କରିବା ପରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାକୁ ଗାଜିଆବାଦ ସ୍ଥାନାନ୍ତର କରିଥିଲେ।

kalyan agarbati

Comments are closed.