www.samajalive.in
Tuesday, December 9, 2025
26.1 C
Bhubaneswar

ଆତଙ୍କବାଦୀଙ୍କ ଶିବିରରେ ଆତଙ୍କ: ରିୟାଜୁ ମୃତ୍ୟୁ ପରେ ମୁଜାହିଦ୍ଦିନ ମୁଖ୍ୟ ସୟଦ ବିବ୍ରତ

ନୂଆଦିଲ୍ଲୀ: ଗତ କିଛିଦିନ ମଧ୍ୟରେ ଜଣକ ପରେ ଜଣେ କୁଖ୍ୟାତ ଆତଙ୍କବାଦୀ ଓ ପର୍ଦା ପଛ​‌ରେ ରହି ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଜବୁଲ ମୁଜାହିଦିନ ବ୍ୟସ୍ତବିବ୍ରତ ହୋଇ ପଡ଼ିଛି । ବିଶେଷଭାବରେ ପାକିସ୍ତାନର ଗେହ୍ଲାପୁଅ ରିୟାଜ ନାୟକୁର ମୃତ୍ୟୁ ହିଜବୁଲ ମୁଜାହିଦ୍ଦିନ ଶିବିରରେ ଆତଙ୍କ ସୃଷ୍ଟି କରିଛି । ଏକ ଭିଡ଼ିଓରେ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲ୍ଲାଉଦ୍ଦିନ ‘ଶତୁ ଭାରତର ପଲ୍ଲା ଏବେ ଭାରି ରହିଛି’ ଏବଂ ମେ’ ୩ ତାରିଖରେ ସହିଦ ହୋଇଥିବା କର୍ଣ୍ଣଲ ଆଶୁତୋଷ,ମେଜର ଅନୁଜ୍ ସୁଦ ଓ ଅନ୍ୟ ଦୁଇ ଜଣ ଯବାନଙ୍କ ମୃତ୍ୟୁ ପାଇଁ ହିଜବୁଲ ଦାୟୀ ବୋଲି ଦାବି କରିଛି।  ରିୟାଜର ମୃତ୍ୟୁର ଗୋଟିଏ ଦିନ ପରେ ନିଜ ସମର୍ଥକଙ୍କୁ ସମ୍ବୋଧନ କରି ହିଜବୁଲର ମୁଖ୍ୟ କମାଣ୍ଡର ସୟଦ ସଲ୍ଲାଉଦ୍ଦିନ କହିଛି ଯେ, ଚଳିତ ବର୍ଷ ଭାରତୀୟ ସେନା ୮୦ ଜଣ ଆତଙ୍କବାଦୀଙ୍କୁ ମାରି ସାରିଲାଣି ।

- Advertisement -

ଜାମ୍ମୁକାଶ୍ମୀରରେ ଧାରା ୩୭୦ ବିଲୁପ୍ତ ହେବା ପ​‌ରେ ସେନା ଓ ପୁଲିସ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହୋଇଛନ୍ତି । ଯେଉଁମାନେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଇ ଦେଉଥିଲେ ସେମାନଙ୍କ ଉପରେ ତୀକ୍ଷ୍ମ ଦୃଷ୍ଟି ରଖାଯାଇଛି ଏବଂ ସେମାନଙ୍କୁ ଆଶ୍ରୟ ଓ ସୂଚନା ଦେଉଥିବା ଲୋକମାନେ ମଧ୍ୟ ଗୁଇନ୍ଦା ନଜର ମଧ୍ୟରେ ରହିଛନ୍ତି । ଯାହା ଫଳରେ ଆତଙ୍କବାଦୀଙ୍କ ନିକଟରେ ବିଶେଷ ସୂଚନା ପହଞ୍ଚି ପାରୁନାହିଁ । ଏହା ସତ୍ବେ ସୀମା ଆରପଟେ ଆତଙ୍କବାଦୀ ଓ ପାକ୍ ସେନା ଯେ କୌଣସି ବଦମାସୀ କରିବାକୁ ପ୍ରସ୍ତୁତ ହୋଇ ରହିଥିବାରୁ ସେନା ଜାଗତିଆର ରହିଛନ୍ତି ସେନା ମୁଖପାତ୍ର କହିଛନ୍ତି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories