BJD Bijuli 480×75 Mob

ଲସ୍କର ଆତଙ୍କବାଦୀ ନିହତ

BJD Bijuli 480×75 Mob
0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବୁଡ଼ଗାମ ଜିଲାରେ ରବିବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ଜଣେ ଲସ୍କର-ଇ-ତୋଇବା ଆତଙ୍କବାଦୀ ପ୍ରାଣ ହରାଇଛି। ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ ବୁଡ଼ଗାମ ଜିଲା ବୀରୱାହ ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ଶନିବାର ରାତିରୁ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ରବିବାର ଫେରାର ହେବା ଲକ୍ଷ୍ୟରେ ଜଣେ ଆତଙ୍କବାଦୀ ଏକ ଘରୁ ବାହାରି ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ଆତଙ୍କବାଦୀର ଗୁଳିମାଡ଼ରେ ଜଣେ ମହିଳା ଆହତ ହୋଇଛନ୍ତି । ସୁରକ୍ଷା କର୍ମୀଙ୍କ ଜବାବୀ ଗୁଳିମାଡ଼ରେ ଆତଙ୍କବାଦୀ ଜଣକ ନିହତ ହୋଇଛି । ମୃତ ଆତଙ୍କବାଦୀର ନାମ ଶାହଫାତ ହୁସୈନୱାନି ଏବଂ ସେ ବାରମୁଳା ଜିଲା ୱଗୁରା ଅଞ୍ଚଳ ନିବାସୀ ବୋଲି ଜାଣିବାକୁ ମିିଳିଛି । ଶାହଫାତ ୨୦୧୭ ଅପ୍ରେଲରେ ଲସ୍କର ସଂଗଠନରେ ଯୋଗଦେଇଥିଲା । ତା ନିକଟରୁ ଗୁଳିଗୋଳା, ବନ୍ଧୁକ, ମୋବାଇଲ ଓ ନଗଦ ୩ ହଜାର ଟଙ୍କା ଜବତ କରାଯାଇଛି।

Leave A Reply