ଆତଙ୍କବାଦ ବିରୋଧୀ ଅଭିଯାନ ନେଇ ଏକତାର ଅଭାବ ଯୋଗୁ ଭାରତ କ୍ଷୁବ୍ଧ

0

ଜାତିସଂଘ : ଆତଙ୍କବାଦର ମୂଳୋତ୍ପାଟନ ଲାଗି ଆତଙ୍କବାଦ ଜର୍ଜରିତ ରାଷ୍ଟ୍ରଗୁଡିକ ମଧ୍ୟରେ ଏକତାର ଅଭାବ ପରିଲକ୍ଷିତ ହୋଇଛି। ବିଶେଷକରି ସୀମାପାର ଆତଙ୍କବାଦୀଙ୍କୁ ଦମନ ଲାଗି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଛି ବୋଲି ଜାତିସଂଘରେ ମଙ୍ଗଳବାର ଭାରତର ସ୍ଥାୟୀ ଉପ-ପ୍ରତିନିଧି ତନ୍ମୟ ଲାଲ୍‍ କହିଛନ୍ତି। ଏଠାରେ ଅନୁଷ୍ଠିତ ବୈଠକରେ ଜାତିସଂଘର ବିଶ୍ୱ ଆତଙ୍କବାଦ ନିରୋଧୀ ରଣକୌଶଳ (ଜିସିଟିଏସ୍‍)ରେ ବୈଷୟିକ ପରିବର୍ତ୍ତନ ସମ୍ପର୍କରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପନାମା ଗୃହୀତ ହୋଇଥିଲା। ଏହି ଅବସରରେ ଲାଲ୍‍ କହିଛନ୍ତି ଜାତିସଂଘ ଦ୍ୱାରା ଜିସିଟିଏସ୍‍ ପ୍ରସ୍ତୁତ ହେବାର ଏକ ଦଶନ୍ଧି ପୂର୍ତ୍ତି ହୋଇଛି। ଏହି ସମୟ ମଧ୍ୟରେ ଆତଙ୍କବାଦୀମାନେ ବିଶ୍ୱରେ ନିଜର କାୟା ବିସ୍ତାର କରି ଘୃଣା ଏବଂ ହିଂସାର ପ୍ରସାର କରୁଛନ୍ତି। ସୀମାପାର ଆତଙ୍କବାଦ ବୃଦ୍ଧି ପାଉଥିବା ବେଳେ ଆତଙ୍କବାଦୀମାନେ ପାଣ୍ଠି ଯୋଗାଡ କରି ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ପୂର୍ବକ ଆତଙ୍କବାଦର ପ୍ରସାର କରିଛନ୍ତି; କିନ୍ତୁ ସେମାନଙ୍କୁ ଦମନ କରିବା ନେଇ ବିଭିନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଏକତା ଏବଂ ସମନ୍ୱୟ ରହୁ ନାହିଁ ବୋଲି ଲାଲ୍‍ ଅଭିଯୋଗ କରିଛନ୍ତି।

kalyan agarbati
Leave A Reply