www.samajalive.in
Sunday, December 7, 2025
14.1 C
Bhubaneswar

ବିକାଶ-ବିନାଶ ଏକା କଥା ନୁହେଁ, ରୋକଠୋକ କହିଲେ ଜୟଶଙ୍କର

ଡେସ୍କ: ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ଦ୍ୱାରା ପ୍ରେରିତ ସୀମା ପାର କାର୍ଯ୍ୟକଳାପ ଜାରି ରହିଲେ ଦେଶ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍ ଜୟଶଙ୍କର କହିଛନ୍ତି। ଆଜି ସାଂଘାଇ ସହଯୋଗ ସଂଗଠନର ୨୩ତମ ଶିଖର ସମ୍ମିଳନୀରେ ପାକିସ୍ତାନର ନାମ ନ ନେଇ ପରୋକ୍ଷରେ ଡଃ ଜୟଶଙ୍କର କହିଛନ୍ତି ଯେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ଓ ସହଯୋଗ ଏକ ସଂଗେ ଚାଲିପାରିବ ନାହିଁ। ଏଭଳି ପରିସ୍ଥିତିରେ ବାଣିଜ୍ୟ, ଶକ୍ତି ଏବଂ ଯୋଗାଯୋଗ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

ଦିଲ୍ଲୀ ଭଳି ହେବ କି ଜାମ୍ମୁ କାଶ୍ମୀର ଅବସ୍ଥା – ଉପରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା

- Advertisement -

ସାଂଘାଇ ସହଯୋଗ ସଂଗଠନର ସମ୍ମିଳନୀରେ ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ସହଯୋଗ, ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମ ସମାନତା ଉପରେ ଆଧାରିତ ହେବା ଉଚିତ ଏବଂ ଏହା ରାଷ୍ଟ୍ରଗୁଡ଼ିକର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସ୍ୱୀକୃତି ଦେବା ଉଚିତ୍।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଇସଲାମାବାଦରେ ଅନୁଷ୍ଠିତ ଏସସିଓ କାଉନସିଲ ଅଫ୍ ଗଭର୍ଣ୍ଣମେଣ୍ଟ ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories