www.samajalive.in
Thursday, December 11, 2025
13.1 C
Bhubaneswar

ଦିଲ୍ଲୀ ଭଳି ହେବ କି ଜାମ୍ମୁ କାଶ୍ମୀର ଅବସ୍ଥା – ଉପରାଜ୍ୟପାଳଙ୍କ ଭୂମିକାକୁ ନେଇ ଚର୍ଚ୍ଚା

ଡେସ୍କ: ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ବୁଧବାର ଜାମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଆରମ୍ଭ ହୋଇଛି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା। ତେବେ ଶପଥ ଗ୍ରହଣ ପୂର୍ବରୁ ଓମାର ଅବଦୁଲ୍ଲା କହିଛନ୍ତି ଯେ ସେ ଭାରତ ସରକାରଙ୍କ ସହଯୋଗରେ କାମ କରିବାକୁ ଆଗ୍ରହୀ କିନ୍ତୁ ଏକ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ହେବାର ନିଜସ୍ୱ ଆହ୍ୱାନ ରହିଛି।

ଜିମ୍‌‌ରେ ଆହତ ହେଲେ ରକୁଲ ପ୍ରୀତ ସିଂହ

- Advertisement -

ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ନେଇ ଓମାର କହିଛନ୍ତି, ମୁଁ ଶେଷ ମୁଖ୍ୟମନ୍ତ୍ରୀ ଯିଏ କି ପୂରା ୬ ବର୍ଷ କାର୍ଯ୍ୟକାଳ ଅତିବାହିତ କରିଥିଲି। ଏବେ ମୁଁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବି। ସେ କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ହେବା ସମ୍ପୂର୍ଣ୍ଣ ଭିନ୍ନ କଥା। ଏହାର ନିଜସ୍ୱ ଆହ୍ୱାନ ରହିଛି। ମୁଁ ଆଶା କରୁଛି ଯେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ଅସ୍ଥାୟୀ ହେବ। ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମେ ଭାରତ ସରକାରଙ୍କ ସହଯୋଗରେ କାମ କରିବାକୁ ଚାହୁଁଛୁ ଏବଂ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବା ହେଉଛି ଏହାର ସର୍ବୋତ୍ତମ ଉପାୟ ବୋଲି ଓମାର ଅବଦୁଲ୍ଲା କହିଛନ୍ତି।

ଜିଓ ଆଣିଲା ନୂଆ ରିଚାର୍ଜ; କମ୍‌ ଦାମ୍‌ରେ ମିଳିବ ସୁପରଫାଷ୍ଟ ଇଣ୍ଟରନେଟ୍‌ ସହ ଏସବୁ ସୁବିଧା..

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜମ୍ମୁ-କଶ୍ମୀରବାସୀ କଠିନ ସମୟ ଦେଇ ଗତି କରିଛନ୍ତି ଏବଂ ଏହି ସରକାରଙ୍କ ଠାରୁ ସେମାନଙ୍କର ଅନେକ ଆଶା ରହିଛି। ସେ କହିଛନ୍ତି, ଜମ୍ମୁ କଶ୍ମୀର କଠିନ ସମୟ ଦେଇ ଗତି କରିଛି। ଲୋକମାନଙ୍କର ଅନେକ ଆଶା ଅଛି ଏବଂ ଆମ ପାଇଁ ଆହ୍ୱାନ ହେଉଛି ସେମାନ ଆଶା ପୂରଣ କରିବା।

ଜମ୍ମୁ କାଶ୍ମୀର: ଶପଥ ନେଲେ ଓମାର ଅବଦୁଲ୍ଲା ସରକାର

ତେବେ ସେହି କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚିତ ସରକାର ଗଠନ ପରେ ଏହା ଚର୍ଚ୍ଚାର ବିଷୟ ଯେ ଦିଲ୍ଲୀ ଭଳି କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରର ସବୁ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ ତ? ମୁଖ୍ୟ ପ୍ରସଙ୍ଗ ହେଉଛି, ଉପରାଜ୍ୟପାଳଙ୍କ ଭୂମିକା। କେନ୍ଦ୍ର ବିଜେପି ନେତୃତ୍ୱାଧୀନ ସରକାର ଦିଲ୍ଲୀ ପ୍ରଶାସନରେ ଉପରାଜ୍ୟପାଳଙ୍କୁ ଯେଉଁଭଳି ଭାବରେ ବ୍ୟବହାର କରୁଛନ୍ତି ଏବଂ ନିର୍ବାଚିତ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି, ତାହା ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପ୍ରସଙ୍ଗ ଜୋର ଧରୁଥିବା ବେଳେ ନୂଆ ସରକାର ଓ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ମଧ୍ୟରେ କିଭଳି ପ୍ରଶାସନିକ ସମ୍ପର୍କ ରହିବ ଓ କେନ୍ଦ୍ର ସରକାର କେଉଁଭଳି ଆଭିମୁଖ୍ୟ ଗ୍ରହଣ କରିବେ, ତାହା କେବଳ ସମୟ ହିଁ କହିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories