ସମାଜ ଡିଜିଟାଲ ଡେସ୍କ: ବିହାରର ସମସ୍ତ ସକରାରୀ ସ୍କୁଲରେ ଏବେ ଗଣମାଧ୍ୟମର ପ୍ରବେଶ ଉପରେ କଟକଣା ଲଗାଯାଇଛି। ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁବୋଧ କୁମାର ଚୌଧୁରୀ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ଚିଠି ଲେଖି ବିଦ୍ୟାଳୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି ସ୍କୁଲ ସମ୍ପର୍କିତ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଅନୁମତି ନେବା ପରେ ହିଁ ବିଦ୍ୟାଳୟ ଭିତରକୁ ପ୍ରବେଶ କରିପାରିବେ। ସେହିପରି କେବଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିଁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇପାରିବେ। ଏହାବ୍ୟତୀତ ସ୍କୁଲର କୌଣସି ଶିକ୍ଷକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବେ ନାହିଁ।
ସୂଚନା ଅନୁସାରେ ଗତ କିଛି ଦିନ ହେବ ବିଭାଗୀୟ ନିର୍ଦ୍ଦେଶ ବିନା ଅନେକ ଗଣମାଧ୍ୟମ ପ୍ରତିନିଧିମାନେ ବୁମ୍ ଓ କ୍ୟାମେରା ଧରି ବିଦ୍ୟାଳୟ ପରିସରକୁ ଖବର ପ୍ରସାରଣ କରିବାକୁ ଆସୁଛନ୍ତି। ଏଥିପାଇଁ ପାଠପଢାରେ ବାଧା ସୃଷ୍ଟି ହେଉଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏଠାରେ କହି ରଖୁଛୁ ଯେ ବିହାରର ସରକାରୀ ସ୍କୁଲରେ ଅନିୟମିତତା ଏବଂ ବିଶୃଙ୍ଖଳା କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ହେଲେ ଶିକ୍ଷା ବିଭାଗ ଏଥିରେ ସୁଧାର ଆଣିବା ପରିବର୍ତ୍ତେ ବିଦ୍ୟାଳୟ ଭିତରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଇଛି।
ସରକାରୀ ସ୍କୁଲରେ ଗଣମାଧ୍ୟମକୁ ପ୍ରବେଶ ମନା: କଟକଣା ଲଗାଇଲା ଶିକ୍ଷା ବିଭାଗ
Popular Categories



