www.samajalive.in
Monday, December 15, 2025
14.1 C
Bhubaneswar

ବସ୍‌ଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବିସ୍ଫୋରଣ, ୮ ଆହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ଅବନ୍ତୀପୋରା ଅନ୍ତର୍ଗତ ତ୍ରାଲ ବସଷ୍ଟାଣ୍ଡରେ ଶନିବାର ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଛନ୍ତି। ଯବାନମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିବା ବେଳେ ତାହା ଲକ୍ଷଚ୍ୟୁତ ହୋଇ ଜନଗହଳି ସ୍ଥାନରେ ପଡ଼ି ବିସ୍ଫୋରଣ ଘଟିଥିଲା। ଏଥିରେ ୮ ଜନସାଧାରଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆତଙ୍କବାଦୀମାନେ ଚୀନ ନିର୍ମିତ ଗ୍ରେନେଡ ବ୍ୟବହାର କରୁଥିବା ଜଣାପଡ଼ିଛି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳକୁ ଯବାନମାନେ ଘେରିଯିବା ସହିତ ସର୍ଚ୍ଚ ଅପରେଶନକୁ ଜୋରଦାର କରିଛନ୍ତି। ଆତଙ୍କବାଦୀମାନଙ୍କୁ ଧରିବା ଲାଗି ଯବାନମାନେ ଉଦ୍ୟମ ଚଳାଇଛନ୍ତି। ଏହା ପୂର୍ବରୁ ନୂଆବର୍ଷରେ ଗତ ଶୁକ୍ରବାର ଦିନ ଆତଙ୍କବାଦୀମାନେ ସହରର ଛାନପୋରା ଅଞ୍ଚଳରେ ଲାଲ ନଗର ବାଇପାସରେ ସୁରକ୍ଷା କର୍ମୀଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଏସଏସବି ଯବାନମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ। କିନ୍ତୁ ଏଥି​‌ରେ କୌଣସି ଯବାନଙ୍କ କିଛି କ୍ଷୟକ୍ଷତି ହୋଇ ନ ଥିଲା।

- Advertisement -

ଅନ୍ୟପଟେ ଉତ୍ତର କାଶ୍ମୀରର ବାରାମୂଳା ଜିଲାରେ ଗତ ମଙ୍ଗଳବାର ଗିରଫ ହୋଇଥିବା ଆତଙ୍କବାଦୀଙ୍କ ସହଯୋଗୀ ଆସିଫ ଗୁଲ୍‌ ନିକଟରୁ ୩ଟି ଚୀନ ନିର୍ମିତ ଗ୍ରେନେଡ ଜବତ ହୋଇଛି। କୌଣସି ଆତଙ୍କବାଦୀଙ୍କଠାରୁ ଚାଇନା ଗ୍ରେନେଡ ମିଳିବା ପ୍ରଥମ ଘଟଣା ବୋଲି ପୁଲିସ କହିଥିଲା। ତେଣୁ ପାକିସ୍ତାନ ଜରିଆରେ ଆତଙ୍କବାଦୀମାନେ ଚୀନ ଅସ୍ତ୍ରଶସ୍ତ୍ର ଭାରତକୁ ଆଣୁଥିବା ସନ୍ଦେହ ସୃଷ୍ଟି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories