www.samajalive.in
Saturday, December 6, 2025
15.1 C
Bhubaneswar

କଙ୍ଗନାଙ୍କୁ ଝଟ୍‌କା: ବାସଭବନରେ ବେଆଇନ ନିର୍ମାଣ ହୋଇଥିବା ସ୍ପଷ୍ଟ କଲେ କୋର୍ଟ

ଅଭିନେତ୍ରୀ କଙ୍ଗନା ରଣୱତ ନିଜ ବାସଭବନ ପରିସରରେ ବେଆଇନ ନିର୍ମାଣ କରିଛନ୍ତି। କୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଶନିବାର ମୁମ୍ବଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି। ଫଳରେ କଙ୍ଗନାଙ୍କୁ ବଡ଼ ଝଟ୍‌କା ମିଳିଛି।

କଙ୍ଗନାଙ୍କ ବାସଭବନରେ ଅବୈଧ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ଅଭିଯୋଗ କରାଯାଇଥିଲାବେଳେ କଙ୍ଗନା ଏହାକୁ ଖଣ୍ଡନ କରିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ବାରସ୍ଥ​‌ ହୋଇଥିଲେ। ସିଭିଲ କୋର୍ଟ କଙ୍ଗନାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି।

- Advertisement -

କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, କଙ୍ଗନା ଘର ନିର୍ମାଣ ସମୟରେ ନିୟମର ଗମ୍ଭୀର ଉଲ୍ଲଂଘନ କରିଛନ୍ତି। ସେ ୩ଟି ଫ୍ଲାଟ୍‌କୁ ଗୋଟିଏ ୟୁନିଟରେ ପରିବର୍ତ୍ତନ କରିଛନ୍ତି। ସେ ନିଜ ସୁବିଧା ଅନୁସାରେ ସଙ୍କ ଅଞ୍ଚଳ, ଡକ୍ଟ ଅଞ୍ଚଳ ଏବଂ ସାଧାରଣ ରାସ୍ତାକୁ ଅଧିଗ୍ରହଣ କରିନେଇଛନ୍ତି। ଏହାଦ୍ବାରା ସ୍ବୀକୃତ ଯୋଜନାର ଉଲ୍ଲଂଘନ ହୋଇଛି। ସେହିପରି ବିଏମସି ନୋଟିସ ଆଇନ ଅନୁସାରେ କିପରି ଭୁଲ ତାହା କଙ୍ଗନା ପ୍ରମାଣିତ କରିପାରିନାହାନ୍ତି। ତାଙ୍କୁ କୌଣସି ପ୍ରକାର ଅଶ୍ଵସ୍ତି ଦିଆଯିବ ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି।

ଅନ୍ୟପଟେ କଙ୍ଗନାଙ୍କ ଓକିଲ କୋର୍ଟଙ୍କ ଆଦେଶ ଉପରେ ଆପତ୍ତି ଉଠାଇ କହିଛନ୍ତି, ବିଏମସି ପକ୍ଷରୁ ନୋଟିସରେ କିଛି ସ୍ପ​‌ଷ୍ଟ ଭାବେ କୁହାଯାଇ ନାହିଁ। ତେଣୁ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି। ତେବେ ବିଏମସି ନୋଟିସରେ ୮ଟି ନିୟମ ଉଲ୍ଲଂଘନ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବିଏମସି ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories