www.samajalive.in
Friday, December 5, 2025
26.1 C
Bhubaneswar

ବଡ଼ ଘୋଷଣା କଲେ ହର୍ଷବର୍ଦ୍ଧନ: ସବୁ ଭାରତୀୟଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଶେଷ ଲଢ଼େଇ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି। ଦେଶରେ ଜରୁରିକାଳୀନ ପରିସ୍ଥିତିରେ କରୋନା ଟିକାର ବ୍ୟବହାର ପାଇଁ ଭ୍ୟାକ୍ସିନକୁ ସରକାର ଅନୁମତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ଵର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଲାଗି କେନ୍ଦ୍ର ସରକାର ଶନିବାରଠାରୁ ପ୍ରାକ୍‌ ଟିକାକରଣ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଭାରତୀୟଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦିଆଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ଡା. ହର୍ଷବର୍ଦ୍ଧନ ଶନିବାର କରୋନା ଟିକାକରଣର ଡ୍ରାଏ ରନ୍‌ ଅନୁଧ୍ୟାନ କରିବା ଲାଗି ଦିଲ୍ଲୀର ଜେଟିବି ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବା ସମୟରେ କହିଥିଲେ, କରୋନା ଟିକା କେବଳ ଦିଲ୍ଲୀରେ ମାଗଣା ନୁହେଁ, ସାରା ଦେଶରେ ମାଗଣା ହେବ। ସବୁ ଭାରତୀୟଙ୍କ ପାଇଁ ମାଗଣା​‌ରେ ଟିକା ଦିଆଯିବ। ଏଥିପାଇଁ କାହାଠାରୁ କୌଣସି ପ୍ରକାର ଶୁଳ୍କ ନିଆଯିବ ନାହିଁ। ଟିକାକୁ ନେଇ ଯେଉଁ ଗୁଜବ ପ୍ରଚାରିତ ହେଉଛି ସେଥିରେ ବିଶ୍ଵାସ ନ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରୁଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories