www.samajalive.in
Sunday, December 7, 2025
14.1 C
Bhubaneswar

କର୍ମଚାରୀ ଓ ସହଯୋଗୀଙ୍କୁ ନିରାପଦ ରଖିଥାଏ କର୍ମସଂସ୍ଥାନରେ ତାପମାତ୍ରା ପରୀକ୍ଷା

ୱାଶିଂଟନ୍‌: ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସବୁ ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଅପରପକ୍ଷରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ସମୟରେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଧୀରେ ଧୀରେ କଟକଣା କୋହଳ କରାଯାଇଛି ଏବଂ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କର୍ମସଂସ୍ଥାନଗୁଡ଼ିକ ଚଳାଇବା ପାଇଁ ନିର୍ଦେଶ ଦିଆଯାଇଛି। କର୍ମସଂସ୍ଥାନଗୁଡ଼ିକୁ ଯେଉଁ କର୍ମଚାରୀମାନେ ଆସୁଛନ୍ତି ସେମାନେ ନିଜର ସୁରକ୍ଷା ନେଇ ଚିନ୍ତିତ ରହୁଛନ୍ତି। ତେବେ କର୍ମସଂସ୍ଥାନଗୁଡ଼ିକରେ ପ୍ରବେଶ ପୂର୍ବରୁ ତାପମାତ୍ରା ପରୀକ୍ଷା କର୍ମଚାରୀଙ୍କୁ ନିରାପଦ ରଖିଥାଏ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ନିଜର ସତର୍କତା ପାଇଁ ଏଭଳି ପରୀକ୍ଷା ସୋନଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସର୍ବେକ୍ଷଣରେ ଦର୍ଶାଯାଇଛି।
କୋଭିଡ୍-୧୯ର ଲକ୍ଷଣ ମଧ୍ୟରୁ ଜ୍ବର ଅନ୍ୟତମ। ଜ୍ବର ରହିଥିଲେ ଶରୀରରେ ଉତ୍ତାପ ବୃଦ୍ଧି ପାଇଥାଏ ଓ ଏହା ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ। ସେହିପରି ଥଣ୍ଡା, କାଶ, ଛିଙ୍କ ଆଦି ଶରୀରରେ ଦେଖାଦେଇଥିଲେ ଜ୍ବର ମଧ୍ୟ ରହିଥାଏ ଓ ଉତ୍ତାପ ଦେଖା ଦେଇଥାଏ। ତେଣୁ କର୍ମଚାରୀଙ୍କୁ ଜ୍ବର ହୋଇଛି କି ନାହିଁ, ସେମାନଙ୍କ ଶରୀର ଉତ୍ତାପ କେତେ ରହୁଛି ତାହା ଜାଣିବା ପାଇଁ ଫିଭର୍‌ ସ୍କ୍ରିନିଂ କରାଯିବା ଦରକାର, ଫଳରେ ଏହା ସେମାନଙ୍କୁ କରୋନା ଆକ୍ରାନ୍ତରୁ ରକ୍ଷା କରାଯାଇପାରିବ। ବିଭିନ୍ନ କର୍ମ ସଂସ୍ଥାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନ ଛୁଇଁ ସେମାନଙ୍କ ଶରୀରର ତାପମାତ୍ରା କେତେ ରହିଛି ତାହା ପରୀକ୍ଷା କରାଯାଇପାରିବ। ହାତ ଧୋଇବା ଓ ହାତକୁ ସାନିଟାଇଜର କରିବା ପରେ ମଥା ଉପରେ ‘ନୋ-ଟଚ୍‌ ଇଫ୍ରାରେଡ୍‌ ଥର୍ମୋମିଟର’ ଡିଭାଇସ୍‌ ରଖି ଉତ୍ତାପ ମପାଯାଇପାରିବ। କର୍ମସଂସ୍ଥାନଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ ପୂର୍ବରୁ ଏହି ‘ନୋ-ଟଚ୍‌ ଇଫ୍ରାରେଡ୍‌ ଥର୍ମୋମିଟର’ ଡିଭାଇସ୍‌ରେ ସେମାନଙ୍କ ଶରୀର ତାପମାତ୍ରା ମପାଯାଇ ପାରିବ। ହେଡ୍‌ବ୍ୟାଣ୍ଡ୍‌ କିମ୍ବା ବ୍ୟାଣ୍ଡନାସ୍‌ ପିନ୍ଧିଥିଲେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର୍‌ କାମ କରିବ ନାହିଁ। କାରଣ ହେଡ୍‌ବ୍ୟାଣ୍ଡ୍‌ ଓ ବ୍ୟାଣ୍ଡ୍‌ନେସ୍‌ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ କିମ୍ବା ଚର୍ମକୁ ଥଣ୍ଡା ରଖିବାରେ ସହାୟକ ହୋଇଥାଏ। ତେଣୁ ଡ୍ରାଫ୍ଟ-ଫ୍ରି ଏରିଆ କିମ୍ବା ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ଥର୍ମୋମିଟର ବ୍ୟବହାର କରାଯିବା ଅନୁଚିତ। ସାଧାରଣ ଉତ୍ତାପ ଥିବା ସ୍ଥାନରେ ଇନ୍‌ଫ୍ରାରେଡ୍‌ ଥର୍ମୋମିଟର ଦ୍ବାରା କର୍ମଚାରୀଙ୍କ ଶରୀରର ଉତ୍ତାପ ମପାଯିବା ଆବଶ୍ୟକ ବୋଲି ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌(ଏଫ୍‌ଡିଏ) ପକ୍ଷରୁ କୁହାଯାଇଛି। ସାଧାରତଃ କର୍ମଚାରୀଙ୍କ ଶରୀରର ଉତ୍ତାପ କେତେ ରହିବା ଆବଶ୍ୟକ ସେଥିନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଏଥିନେଇ ଆମେରିକା ସେଣ୍ଟର ଫର୍‌ ଡିଜିଜ୍‌ କ​‌େ​‌ଣ୍ଟ୍ରାଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ର ମାର୍ଗଦର୍ଶିକା ଜାରି କରିଛି। ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କର୍ମସଂସ୍ଥାନଗୁଡ଼ିକୁ ଆସୁଥିବା କର୍ମଚାରୀଙ୍କୁ ‘ନୋ-ଟଚ୍‌ ଇଫ୍ରାରେଡ୍‌ ଥର୍ମୋମିଟର’ରେ ସେମାନଙ୍କ ଶରୀର ତାପମାତ୍ରା ମପାଯିବ। ଜଣେ କର୍ମଚାରୀଙ୍କ ସର୍ବାଧିକ ୧୦୦.୪ ଡିଗ୍ରୀ ପର୍ଯ୍ୟନ୍ତ ଉତ୍ତାପ ରହିଥିଲେ ତାଙ୍କ ଶରୀରରେ ଜ୍ବର ନାହଁି ବୋଲି ଧରି ନିଆଯିବ। ତାଙ୍କୁ କର୍ମସଂସ୍ଥାନଗୁଡ଼ିକରେ କାମ କରିବାକୁ ଅନୁମତି ଦିଆଯିବ ଏବଂ ସେ କରୋନା ସଂକ୍ରମଣ ମୁକ୍ତ ବୋଲି ଘୋଷଣା କରାଯାଇପାରିବ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories