www.samajalive.in
Monday, December 15, 2025
16.1 C
Bhubaneswar

ଆସ୍ତୁରେଶ୍ୱରାୟ  ଶିବ ମନ୍ଦିର ପ୍ରତିଷ୍ଠା

ବଡ଼ସାହି : ଦୁର୍ଗାପୁର ପଞ୍ଚାୟତ, ଆଗୁଆଡ ଅସ୍ତପୁରା ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଏକ ସୁନ୍ଦର ନୂତନ ଶିବ ମନ୍ଦିରର ପ୍ରତିଷ୍ଠା ହୋଇଛି। ପାରମ୍ପରିକ ରୀତିନୀତିରେ ମଙ୍ଗଳବାର ଠାରୁ ୬ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ଶହସ୍ରାଧିକ ଭକ୍ତ ଯୋଗ ଦେଇଥିଲେ। ମଙ୍ଗଳବାର ଅଧିବାସ ପରେ ବୁଧବାର ଏକ କଳସଯାତ୍ରାରେ ୧୦୮ଜଣ  ମହିଳା  ବୁଢ଼ାବଳଙ୍ଗ ନଦୀରୁ ଜଳ କଳସ ଆଣି ଘଟ ସ୍ଥାପନା କରିଥିଲେ। ବିଗ୍ରହଙ୍କ ଗ୍ରାମ ପରିକ୍ରମା କରିବା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଗୁରୁବାର ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ପୂଜା ହେବା ପରେ ଶତକୁମ୍ଭାଭିଷେକ ମହାସ୍ନାନ, ଗୁରୁବାର ଅପରାହ୍ନରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ ମାଧ୍ୟମରେ ବିଗ୍ରହ ପ୍ରବେଶ ପୂର୍ବକ ପ୍ରତିଷ୍ଠା କରାଯାଇଛି। ଶଙ୍ଖ, ହୁଳହୁଳି ଓ ସଂକୀର୍ତ୍ତନରେ ଅଞ୍ଚଳଟି ଭକ୍ତିମୟ ହୋଇଥିଲା। ରବିବାର ଯଜ୍ଞ ପୁର୍ଣ୍ଣାହୂତୀ ସମ୍ପନ୍ନ ହେବା ସହିତ ରାଜାରାଜେଶ୍ୱରୀ ବେଶରେ ଦିଅଁ ଦର୍ଶନ ଦେଇଥିଲେ। ଶ୍ରଦ୍ଧାଳୁମାନେ ଠାକୁରଙ୍କ ଆଶିଷ ଗ୍ରହଣ କରିବା ସହିତ ୪ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦ ସେବନ କରିଛନ୍ତି। ମନ୍ଦିର କମିଟି ପକ୍ଷରୁ ଏହି ଅବସରରେ ଦରିଦ୍ର ନାରାୟଣ ସେବା କାର୍ୟ୍ୟ ସମ୍ପନ୍ନ ହୋଇଛି। ଆସ୍ତୁରେଶ୍ୱରାୟ ମନ୍ଦିର ପରିଚାଳନା କମିଟିର ସଭାପତି ପଦ୍ମଲୋଚନ ମହାନ୍ତ, ଉପସଭାପତି ଲମ୍ବୋଦର ସୋରେନ୍, ସମ୍ପାଦକ କାଳିଚରଣ ମହାନ୍ତ, ସହସମ୍ପାଦକ ମୂରଲୀଧର ମହାନ୍ତ, କୋଷାଧ୍ୟକ୍ଷ ଶ୍ରୀକୃଷ୍ଣ ମହାନ୍ତ ଓ ଉପକୋଷାଧ୍ୟକ୍ଷ ଦୀପକ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିବା ବେଳେ  ଅଧ୍ୟାପକ ଯୋଗେଶ୍ୱର ମହାନ୍ତ ଓ ପତ୍ନୀ ଚନ୍ଦ୍ରମଣୀ ମହାନ୍ତ କର୍ତ୍ତା ଭାବେ ସମସ୍ତଙ୍କୁ ଆମନ୍ତ୍ରିତ କରିଥିବା ବେଳେ ଗ୍ରାମର ଅ-ଆ ଯୁବକ ସଂଘର ସଦସ୍ୟ/ସଦସ୍ୟାମାନେ ଓ ସମସ୍ତ ଗ୍ରାମବାସୀ ଏଥିରେ ସହଯୋଗ କରିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories