ତେଜସ୍‍ରୁ ବିଭିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

0

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ତେଜସ୍‍’ ଲଢ଼ୁଆ ବିମାନରୁ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଦୃଷ୍ଟି ବହିର୍ଭୂତ ରେଞ୍ଜର ଏକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏଥି ସହିତ ତେଜସ୍‍ ଲଢ଼ୁଆ ବିମାନ ଏକ ଫଳପ୍ରଦ ଯୁଦ୍ଧବିମାନ ଭାବେ ଏହାର ଦକ୍ଷତାର ପ୍ରତିପାଦନ କରିପାରିଛି। ଫଳରେ ଏହାକୁ ଭାରତୀୟ ସାମରିକ ବାହିନୀରେ ସାମିଲ୍‍ କରିବାପାଇଁ ମାର୍ଗ ପ୍ରଶସ୍ତ ହୋଇଛି ।  ଗୋଆ ଉପକୂଳରୁ ଶୁକ୍ରବାର ବିଭିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, । ହିନ୍ଦୁସ୍ଥାନ ଏରୋନେଟିକ୍‍ସ ଲିମିଟେଡ୍‍ (ହାଲ୍‍) ଏବଂ ଡିଆର୍‍ଡିଓର ମିଳିତ ସହଯୋଗରେ ଏହାକୁ ବିକଶିତ କରାଯାଇଛି । ଭାରତୀୟ ବିମାନ ବାହିନୀ ୪୦ଟି ତେଜସ୍‍ ମାର୍କ-୧କୁ ସାମିଲ୍‍ ପାଇଁ ବରାଦ କରିଛି । ଡିସେମ୍ବର ସୁଦ୍ଧା ହାଲ୍‍ ଅନ୍ୟ ୮୩ଟି ତେଜସ୍‍ ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ଭାରତୀୟ ବିମାନ ବାହିନୀକୁ ଯୋଗାଇ ଦେବ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଶ୍ୱସ୍ତରୀୟ ଯୁଦ୍ଧ ବିମାନର ନିର୍ମାଣପାଇଁ ଡିଆର୍‍ଡିଓ ଓ ଅନ୍ୟ ସଂସ୍ଥାକୁ ଉଚ୍ଚପ୍ରଶଂସା କରିଛନ୍ତି ।

Leave A Reply