ବିଚ୍ ରାସ୍ତାରେ ଶିକ୍ଷକଙ୍କୁ ଛେଚିଲେ ଛାତ୍ରଛାତ୍ରୀ, ଜାଣନ୍ତୁ କାରଣ
ଉତ୍ତରପ୍ରଦେଶ: ବିଚ୍ ରାସ୍ତାରେ ଛାତ୍ରଛାତ୍ରୀଙ୍କ ହାତରେ ଜଣେ ଶିକ୍ଷକ ନିସ୍ତୁକ ମାଡ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶ ମହୋବାରେ ଦେଖିବାକୁ ମିଳିଛି ।
ଶିକ୍ଷକ ଜଣଙ୍କ ହେଲେ ଅଶୋକ (ଛଦ୍ମନାମ)ଏବଂ ସେ ଚରଖରୀରେ ରୁହନ୍ତି । ସେ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାପଡିଛି । ତିନି ମାସ ତଳେ ଶିକ୍ଷକ ପାଠ୍ୟକ୍ରମ ପାଇଁ ତାଲିମ ଏକ ଅନୁଷ୍ଠାନ ଖୋଲିଥିଲେ । ଏଥିପାଇଁ ସେ ଛାତ୍ରଛାତ୍ରୀଙ୍କ ଠାରୁ ୩ ହଜାର ଟଙ୍କା ଲେଖାଏଁ ନେଇଥିଲେ ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଲା ଅଶୋକ ଟଙ୍କା ନେଇ ମଧ୍ୟ ପଠା ପଢାଉ ନଥିଲେ । ଏନେଇ ଆଲୋକଙ୍କୁ ପଚାରିବାରୁ ସେ ଓଲଟି ଛାତ୍ରଛାତୀଙ୍କ ଦୁର୍ବ୍ୟବହାର କରିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ଶିକ୍ଷକ ଜଣଙ୍କ ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏଥିରେ ଛାତ୍ରଛାତ୍ରୀମାନେ ଉତକ୍ଷିପ୍ତ ହୋଇ ବିଚ୍ ରାସ୍ତାରେ ଶିକ୍ଷକଙ୍କୁ ମାଡ ମାରିଥିଲେ ଏବଂ ପରେ ପୁଲିସ ଜିମା ଦେଇଥିଲେ ।