www.samajalive.in
Sunday, December 7, 2025
26.1 C
Bhubaneswar

ଚା’ସହ ଜଡ଼ିତ ଆପଣଙ୍କ ବ୍ୟକ୍ତିତ୍ୱ , ଜାଣିଲେ ହେବେ ଲାଭବାନ

ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଓ ସନ୍ଧ୍ୟାରେ ଚା’ ପ୍ରସ୍ତୁତ ହେବା ସହ ଅନେକଙ୍କ ଘରେ ସକାଳେ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ। କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ କ୍ଷୀର ଚା’,ତ  କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ମାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଏହି ଚା’ ପିଇବାରୁ ଲୋକଙ୍କୁ ବ୍ୟକ୍ତିତ୍ୱ ଜଣାପଡ଼ିଥାଏ। ଜାଣନ୍ତୁ ଚା’ ରୁ ବ୍ୟକ୍ତିତ୍ୱ ବିଷୟରେ ….

courtesy : StyleCraze

ନାଲି ଚା’ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳାଙ୍କ ମନ ଖୋଲା। ସେ ସମସ୍ତ କଷ୍ଟକୁ ଦୃଢତାର ସହ ସମ୍ଭାଳିବାର କ୍ଷମତା ରଖିଥାଆନ୍ତି। ବାହାରର କୌଣସି କଥାରେ ମୁଣ୍ଡ ଖେଳାଇବା ପାଇଁ ପସନ୍ଦ କରନ୍ତି ନାହିଁ।

- Advertisement -
courtesy : pamper.my

 

ଗ୍ରୀନ ଚା’ ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହି ଚା’ ପସନ୍ଦ କରୁ୍‍ଥିବା ବ୍ୟକ୍ତି ବା ମହିଳା ଉଚ୍ଚାଭିଳାଷୀ ଅଟନ୍ତି। ଅନ୍ୟ କଥାରେ ସେ ଖୁବ ଶୀଘ୍ର ପ୍ରଭାବିତ ହୋଇଥାଆନ୍ତି।

courtesy : Lifehacker Australia

 

କ୍ଷୀର ଚା’ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନେତୃତ୍ୱ ନେବାକୁ ପସନ୍ଦ କରିଥାଆନ୍ତି। ଏମାନଙ୍କ ଚିନ୍ତାଧାରା ଅନ୍ୟମାନଙ୍କ ଠାରୁ ଭିନ୍ନ ହୋଇଥାଏ। 

ବିନା ଚିନି ଯୁକ୍ତ କ୍ଷୀର ଚା’ ପସନ୍ଦ କରୁ୍‍ଥିବା ବ୍ୟକ୍ତି ବା ମହିଳା ପରମ୍ପରା ବାହାରକୁ ଯାଇ କିଛି କରିବାକୁ ପସନ୍ଦ କରନ୍ତି ନାହିଁ। ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏମାନେ ଦୃଢ ପ୍ରତିଜ୍ଞାବଦ୍ଧ ହୋଇଥାଆନ୍ତି।

courtesy : depositphotos.com

 

କମ କ୍ଷୀର ଓ କମ ଚିନି ଯୁକ୍ତ ଚା’ ପସନ୍ଦ କରୁଥିବା ବ୍ୟକ୍ତି କିମ୍ବା ମହିଳା ସବୁବେଳେ ଆତ୍ମବିଶ୍ୱାସୀ ଜୀବନ ବିତାଇଥାଆନ୍ତି। 

ଅଧିକ କ୍ଷୀର ଓ ଅଧିକ ଚିନି ଯୁକ୍ତ ଚା’ ପିଇବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତି ବା ମହିଳା ନିଜ ଇଚ୍ଛାକୁ ପୂରଣ କରିବା ପାଇଁ ସମସ୍ତ ଉପାୟ ପ୍ରୟୋଗ କରିବା ସହ ବହୁ ପରିଶ୍ରମ ମଧ୍ୟ କରନ୍ତି। ଏହା ସହ ତାଙ୍କ ଭିତରେ ଛୋଟ ପିଲା ଭଳି ଗୁଣ ମଧ୍ୟ ରହିଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories