www.samajalive.in
Monday, December 15, 2025
24.1 C
Bhubaneswar

ସକାଳେ ଖାଲିପେଟରେ ପିଉଛନ୍ତି କି ଚା’ ?

ଅଧିକାଂଶ ଲୋକଙ୍କ ସକାଳର ଆରମ୍ଭ ଏକ କପ ଚା’ରୁ ହୋଇଥାଏ। ଏପରି କରିବା ଦ୍ୱାରା ଦିନ ଯାକ ସତେଜ ଅନୁଭବ କରିଥାଆନ୍ତି ବୋଲି ଅନେକଙ୍କ ଧାରଣା। ସେଭଳି କିଛି ଲୋକେ ସକାଳେ ଚା’ ନପିଇବା ଦ୍ୱାରା ସେମାନଙ୍କୁ ଥକ୍କାପଣ ଅନୁଭବ ହେବା ସହ ମୁଣ୍ଡ ବିନ୍ଧା ହୋଇଥାଏ ବୋଲି କହିଥାଆନ୍ତି। ମାତ୍ର ସକାଳ ସମୟରେ ଖାଲି ପେଟରେ ଚା’ ପିିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..
ସକାଳ ସମୟରେ ଖାଲି ପେଟରେ ଚା’ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥାଏ। ଫଳରେ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇ ଥାଏ। ତେଣୁ ସକାଳେ ଖାଲି ପେଟରେ ଚା’ ପିଇବା ଅଭ୍ୟାସକୁ ବଦଳାଇବା ଆବଶ୍ୟକ।
ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ମୁଣ୍ଡ ବୁଲାଇବା ସମସ୍ୟା ହେବା ସହ ଶରୀରରେ ଜଳୀୟ ଅଂଶର ଅଭାବ ହୋଇଥାଏ। ନିୟମିତ ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ସଠିକ ସମୟରେ ଭୋକ ନ ହେବା ସହ ଭୋକର ମାତ୍ରା କମିଥାଏ। ଅନେକ ଲୋକେ ଗୋଟିଏ ଦିନରେ ବାରମ୍ବାର ଚା’ ପିଇଥାଆନ୍ତି। ମାତ୍ର ସଠିକ ଭାବେ ଖାଦ୍ୟ ସେବନ କରନ୍ତି ନାହିଁ। ଶରୀରକୁ ସଠିକ ଭାବେ ପୋଷକ ତତ୍ତ୍ୱ ମିଳିପାରେ ନାହିଁ। ଫଳରେ ବିଭିନ୍ନ ରୋଗ ସୃଷ୍ଟି ହେବା ସହ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଖାଲି ପେଟରେ ଚା’ ପିଇବା ଦ୍ୱାରା ଅନିଦ୍ରା ସମସ୍ୟା ସୃଷ୍ଟି ହୋଇଥାଏ। ରାତିରେ ଉତ୍ତମ ନିଦ ନହେବା ସହ ବାରମ୍ବାର ନିଦ ଭାଙ୍ଗି ଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ସୃଷ୍ଟି ହୋଇଥାଏ। ମାନସିକ ଅଶାନ୍ତି ବୃଦ୍ଧି ହୋଇଥାଏ। ବିଭିନ୍ନ ରୋଗର କାରଣ ହୋଇଥାଏ।
ଖାଲି ପେଟରେ ଚା’ ପିଇବା ଦ୍ୱାରା ପେଟରେ ଜଳାପୋଡା ଅନୁଭବ ହୋଇଥାଏ। ବ୍ୟସ୍ତବିବ୍ରତ ଲାଗିବା,ବାନ୍ତି ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ କମ ମାତ୍ରାରେ ଚା’ର ସେବନ କରିବା ଉଚିତ।
ଖାଲି ପେଟରେ ଚା’ ପିଇବା ଦ୍ୱାରା ଶରୀରରେ ଏସିଡିଟିର ମାତ୍ରା ବୃଦ୍ଧି ପାଇଥାଏ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ। ତେଣୁ ସକାଳେ ଖାଲି ପେଟରେ ଚା’ ପିଇବା ଉଚିତ ନୁହେଁ।
ନିୟମିତ ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ଛାତିରେ ଜଳାପୋଡା ଅନୁଭବ ହୋଇଥାଏ। ଅନ୍ତନଳୀ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories