www.samajalive.in
Thursday, December 11, 2025
14.1 C
Bhubaneswar

ନୂଆ ସ୍ବାଦରେ କାଶ୍ମୀର ଚା’ କହୱା

ଚା’ ମାନିଆରେ ଏକ ନୂଆ ରକମର ଚା’ ସାମିଲ ହୋଇଛି। ବ୍ଳାକ୍ ଟି, ଗ୍ରୀନ୍ ଟି ଓ ବ୍ଲୁ ଟି ପରେ ଏବେ ଲୋକଙ୍କୁ ଆକର୍ଷିତ କରିଛି କାଶ୍ମୀର ଗୋଲାପ ଟି । ଯେପରି କାଶ୍ମୀର ନିଜର ପ୍ରାକୃତିକ ସୌନ୍ଦର୍ୟ୍ୟ ପାଇଁ ବିଶ୍ବ ପ୍ରସିଦ୍ଧ, ଠିକ୍ ସେହିପରି ସେଠାକାର ଚା’ ମଧ୍ୟ ବହୁତ ସ୍ପେଶାଲ। ରଙ୍ଗ ମାମଲାରେ ଏହି ଚା’ ଏକଦମ୍ ନିଆରା । ସେଥିରେ ବ୍ୟବହୃତ ହେଉଥିବା ସାମଗ୍ରୀ ମଧ୍ୟ ପୁରା ଭିନ୍ନ ଏବଂ ଶରୀର ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା କାଶ୍ମୀର ଗୋଲାପ ଟି ପ୍ରସ୍ତୁତର ପ୍ରଣାଳୀ….

- Advertisement -

ଆବଶ୍ୟକୀୟ ସାମଗ୍ରୀ: ୨ଟି ଚୋଟ ଚାମଚ କାଶ୍ମୀର ଚା’ ପତି ‘କହୱା’, ଗୋଟିଏ କପ୍ କ୍ଷୀର, ଗୋଟିଏ କପ୍ ପାଣି, ସ୍ବାଦନୁଯାୟୀ ଚିନି, ଏକ ଛୋଟ ଚାମଚ ବାଦାମ ପାଉଡର, ଏକ ଛୋଟ ଚାମଚ ପିସ୍ତା, କେଶର ୭ରୁ ୮ଟି, ଅଧା ଛୋଟ ଚାମଚ ଲୁଣ

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ ଗ୍ଲାସ ପାଣିରେ କାଶ୍ମୀର ଚା ଓ ଲୁଣ ପକାଇ ୧୦ ମିନିଟ୍ ପର୍ୟ୍ୟନ୍ତ ଧୀମା ଆଞ୍ଚରେ ଫୁଟାନ୍ତୁ । ପାଣି ଭଲ ଭାବେ ଫୁଟି ଅଧ କପ୍ ହୋଇଗଲେ ଏଥିରେ ପୁଣି ଏକ କପ ଭଲ ପାଣି ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ(ଯେପରି ଲସି ଫେଣ୍ଟା ଯାଏ)। ଏବେ ସେଥିରେ କ୍ଷୀର ଓ ଚିନି ପକାଇ ୫ରୁ ୭ ମିନିଟ୍ ଫୁଟାନ୍ତୁ। ଚିନିର ପରିମାଣ ଅଧିକ ହେଲେ କାଶ୍ମୀର ଚା’ର ସ୍ବାଦ ଦୁଇଗୁଣ ହୋଇଥାଏ । ଏବେ ସେଥିରେ କେଶର ପକାଇ ୨ ମିନିଟ୍ ଫୁଟାନ୍ତୁ। ପରେ ଚୁଲା ବନ୍ଦ କରି ଏକ କପକୁ ଛାଣି ଦିଅନ୍ତୁ। କପ୍ ଉପରେ ବାଦାମ ପାଉଡର ଓ ପିସ୍ତା ପକାଇ ସଜେଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଗୋଲାପି କାଶ୍ମୀର ଚା’ ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories