www.samajalive.in
Monday, December 15, 2025
24.1 C
Bhubaneswar

ଡବ୍ଳ୍ୟୁପିଏଲରେ କୀର୍ତ୍ତନା ବାଲାକ୍ରିଷ୍ଣନ୍‌, ଅଟୋ ଚାଳକଙ୍କ ଝିିଅ ଏବେ ଲକ୍ଷପତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଦ୍ବିତୀୟ ସଂସ୍କରଣ ଲାଗି ଶନିବାର ମୁମ୍ବଇରେ ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ଦଳରେ ନୂତନ ଭାବେ ୩୦ଜଣ ଖେଳାଳିଙ୍କୁ କ୍ରୟ କରିଛନ୍ତି। ସେଥିମଧ୍ୟରୁ କିଛି ଭାରତୀୟ ମହିଳା କ୍ରିକେଟର କୋଟିପତି ଓ ଲକ୍ଷପତି ହୋଇଛନ୍ତି। ଭାରତୀୟ ଅଲରାଉଣ୍ଡର କାସ୍‌ଭି ଗୌତମଙ୍କୁ ଗୁଜରାଟ ଜ୍ୟାଣ୍ଟ୍‌ସ ୨ କୋଟି ଓ ୟୁପି ୱାରିୟର୍ସରେ ଭାରତର ବ୍ରିନ୍ଦା ଦିନେଶଙ୍କୁ ୧ କୋଟି ୫୦ ଲକ୍ଷ ଟଙ୍କାରେ କ୍ରୟ କରିଛନ୍ତି। ସେହିପରି ମୁମ୍ବଇ ଇଣ୍ଡିଆନ୍‌ସ ତାମିଲନାଡ଼ୁର କୀର୍ତ୍ତନା ବାଲାକ୍ରିଷ୍ଣନଙ୍କୁ ୧୦ ଲକ୍ଷ ଟଙ୍କାରେ କ୍ରୟ କରିଛି। ଅପରଚିତ ଥିବା ଅଟୋ ଚାଳକଙ୍କ ଝିଅ କୀର୍ତ୍ତନାଙ୍କୁ ମହିଳା ପ୍ରିମିୟର ଲିଗ୍‌ ଲକ୍ଷପତି କରିଛି।

ଡିସେମ୍ବର ୯ ପାଇଁ କୀର୍ତ୍ତନାଙ୍କ ପରିବାର ଲାଗି ବିଶେଷ ଦିନ ଥିଲା। ଉତ୍ଥାନ ଓ ପତନ ଦେଇ ଗତି କରୁଥିବା କୀର୍ତ୍ତନା ଏଠାରେ ପହଞ୍ଚିବା ଏତେ ସହଜ ନଥିଲା । କୀର୍ତ୍ତନା ଅତି ସାଧାରଣ ପରିବାରରୁ ଆସି ଲକ୍ଷପତି ହୋଇପାରିଛନ୍ତି। କୀର୍ତ୍ତନାଙ୍କ ବାପା ଜଣେ ଅଟୋ ଚାଳକ। କିନ୍ତୁ ସେ ନିଜ ଝିଅର ସ୍ବପ୍ନକୁ ସାକାର କରିବା ଲାଗି କୌଣସି ପ୍ରତିବନ୍ଧକ ଆସିବାକୁ ଦେଇନଥିଲେ। କୀର୍ତ୍ତନା ତାଙ୍କ ପିତାଙ୍କ କଠିନ ପରିଶ୍ରମକୁ ବ୍ୟର୍ଥ କରିବାକୁ ଦେଇନାହାନ୍ତି। ଅଲରାଉଣ୍ଡର କୀର୍ତ୍ତନାଙ୍କୁ ବର୍ତ୍ତମାନ ମହିଳା ପ୍ରିମିୟର ଲିଗରେ ମୁମ୍ବଇ ଇଣ୍ଡିଆନ୍‌ସ ଭଳି ଦଳରେ ଦେଖିବାକୁ ମିଳିବ। ମହିଳା ପ୍ରିମିୟର ଲିଗରେ ଖେଳିବ‌ାରେ କୀର୍ତ୍ତନା ତାମିଲନାଡ଼ୁର ପ୍ରଥମ ମହିଳା କ୍ରିକେଟର। ପୂର୍ବରୁ କୀର୍ତ୍ତନା ମହିଳା ଦଳ, ଇଣ୍ଡିଆ ମହିଳା ଗ୍ରୀନ, ଦକ୍ଷିଣାଞ୍ଚଳ ମହିଳା ଓ ଅରେଞ୍ଜ ଡ୍ରାଗନ ଭଳି ଦଳ ସହିତ ଖେଳିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories