www.samajalive.in
Monday, December 15, 2025
24.1 C
Bhubaneswar

ଟାଟା ପାୱାରର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ଉଦଘାଟିତ

ସମ୍ବଲପୁର : ଉତ୍କଳ ଦିବସ ପାଳନ ସହିତ ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ନୂତନ ଦାୟିତ୍ୱ ଦିଆଯାଇଥିବା ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଷନ ଲିମିଟଡେ (ଟିପିଡବ୍ଲ୍ୟୁଓଡିଏଲ) ର ସମ୍ବଲପୁର ମଣ୍ଡଳର ନୂତନ ଅତ୍ୟାଧୁନିକ କାର୍ଯ୍ୟାଳୟ ଗୁରୁବାର ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ଅଇଁଠାପାଲି ସ୍ଥିତ ଏହି କାର୍ଯ୍ୟାଳୟକୁ ପୂର୍ବାହ୍ନରେ ଟିପିଡବ୍ଲ୍ୟୁଓଡିଏଲର ସିଇଓ ଗଜାନନ ଏସ କାଲୋ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ସିଇଓ କାଲୋ କହିଥିଲେ ଯେ, ଉତ୍କଳ ଦିବସରୁ ବିଦ୍ୟୁତ ବିଭାଗରେ ନୂତନତ୍ୱ ସହିତ ସଂସ୍କାର ଆଣିବାକୁ ପ୍ରୟାସ ନୂତନ ଉତ୍ସାହର ସହିତ ଆରମ୍ଭ ହେଉଛି। ଟିପିଡବ୍ଲ୍ୟୁଓଡିଏଲର ଏହି ପ୍ରଥମ ଅତ୍ୟାଧୁନିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ଆଗାମୀ ଦିନରେ ସମସ୍ତ କାର୍ଯ୍ୟାଳୟ ଗୁଡିକୁ ଅତ୍ୟାଧୁନିକ କାର୍ଯ୍ୟାଳୟରେ ପରିବର୍ତ୍ତନ କରାଯିବା କାର୍ଯ୍ୟ ଆରମ୍ଭ କରାଯାଉଛି। ଏହା ସହିତ ୨୪ ଘଣ୍ଟିଆ ଅତ୍ୟାଧୁନିକ ବିଦ୍ୟୁତ ସେବା ପ୍ରଦାନ ସହିତ ଗ୍ରାହକ ସେବା ପାଇଁ କଲ ସେଣ୍ଟର ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ସମ୍ବଲପୁର ତଥା ପଶ୍ଚିମ ଓଡିଶାରେ ଅତି ଉନ୍ନତ ମାନର ଗ୍ରାହକ ସେବା ସହିତ ବିଭିନ୍ନ ଅତ୍ୟାଧୁନିକ ବୈଷୟିକ କାର୍ଯ୍ୟକ୍ରମ ଗୁଡିକ ହାତକୁ ନିଆଯାଇଛି ବୋଲି ସିଇଓ କାଲୋ କହିଥିଲେ। ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟାଳୟରୁ ମୁଖ୍ୟ ମାନବ ସମ୍ବଳ ଅଧିକାରୀ କସମସ ଡି ଲାକ୍ରା, ମୁଖ୍ୟ ଆର୍ଥିକ ଅଧିକାରୀ ସତୀଶ କୁମାର, ମୁଖ୍ୟ ବୈଷୟିକ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ପ୍ରକଳ୍ପ ଅଧିକାରୀ ରାଜେଶ କୁମାର ସିଂ, ମୁଖ୍ୟ ସୁରକ୍ଷା ଅଧିକାରୀ ଗୋପବନ୍ଧୁ ଶତପଥି, ମୁଖ୍ୟ ପରିଚାଳନା ଅଧିକାରୀ ସୁମିତ ଘୋଷ, ମୁଖ୍ୟ ବାଣିଜ୍ୟକ ଅଧିକାରୀ ସୁନୀଲ କୁମାର ଶର୍ମା, ମୁଖ୍ୟ କଣ୍ଟ୍ରାକ୍ଟ ଓ ଷ୍ଟୋର ଅଧିକାରୀ ହରିଶ ଶର୍ମା, ସମ୍ବଲପୁର ମଣ୍ଡଳ ଏସଇ ସଞ୍ଜିତ ନାୟକ, ସମ୍ବଲପୁର ଡିଭିଜନାଲ ଇଞ୍ଜିୟର ଦେବୀ ପ୍ରସାଦ ସାମଲ ଓ ବିଭୂତି ଭୂଷଣ ଶତପଥି, ସ୍ୱାଗତିକା ସ୍ୱାଇଁ, ଗୁଣମଣି ଖମାରୀ, ପ୍ରଦୀପ୍ତ ମହାରଣା, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ପ୍ରଣୟ କୁମାର ନାୟକ, ଦିବ୍ୟଲୋଚନ ସାହୁ, ସତ୍ୟଜିତ ପରିଡା, ରଞ୍ଜିତ ମହାପାତ୍ର ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories