www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏଲରେ ନଜର ଆସିବେ ଏହି ବଲିଉଡ ତାରକା, ଉଦଘାଟନୀ ସମାରୋହରେ ଦେଖାଇବେ ଧମାକା

ଡେସ୍କ: ଟାଟା ଆଇପିଏଲ ୨୦୨୪ର ଉଦଘାଟନୀ ସମାରୋହରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ଏଆର ରେହମାନ ଏବଂ ସୋନୁ ନିଗମ ଦେଖାଇବେ ଧମାକା। ଆଇପିଏଲ୍ ତରଫରୁ ଏହି ତାରକାଙ୍କ ଫଟୋ ଜାରି କରାଯାଇଛି। ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଏହି ବଲିଉଡ ତାରକାମାନେ ଧମାଲ କରିବେ।

ଆଇପିଏଲର ଦିନକ ପୂର୍ବରୁ କ୍ରୀଡ଼ାପ୍ରେମୀଙ୍କୁ ଝଟ୍‌କା; ସିଏସକେ ଅଧିନାୟକ ପଦ ଛାଡ଼ିଲେ ଧୋନୀ

- Advertisement -

ଆଇପିଏଲର ପ୍ରଥମ ମ୍ୟାଚ୍ ରାତି ୮ଟାରେ ଖେଳାଯିବ। ଆଇପିଏଲ୍ ଉଦଘାଟନୀ ସମାରୋହ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏହି ଉଦଘାଟନୀ ସମାରୋହରେ ଟାଇଗର ଶ୍ରଫ ନିଜର ଡ୍ୟାନ୍ସ କୌଶଳ ଦେଖାଇବାକୁ ଯାଉଛନ୍ତି। ଏହା ସହ ଅକ୍ଷୟ କୁମାର ମଧ୍ୟ ଏଠାରେ ଅଭିନୟ କରିବେ। ଟାଇଗର ଏବଂ ଅକ୍ଷୟ କୁମାରଙ୍କ ସହ ବଲିଉଡର ୨ ଜଣ ଜଣାଶୁଣା କଣ୍ଠଶିଳ୍ପୀ ମଧ୍ୟ ଏଠାରେ କଣ୍ଠଦାନ କରିବେ। ଏହି ଗାୟକମାନଙ୍କ ମଧ୍ୟରେ ଏଆର ରେହମାନ ଏବଂ ସୋନୁ ନିଗମଙ୍କୁ ଦେଖିବାକୁ ମିଳିବ।

ବଢ଼ିଲା ଗିରଫ ଆଶଙ୍କା – ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ପ୍ରଥମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ପ୍ରଥମ ମ୍ୟାଚ୍ ଦେଖିବାକୁ ମିଳିବ। ୫୬ ଦିନ ଧରି ଚାଲିବାକୁ ଥିବା ଏହି କ୍ରିକେଟ ମହୋତ୍ସବ ମେ’ ୨୬ରେ ଫାଇନାଲ୍ ମ୍ୟାଚ୍ ସହ ଶେଷ ହେବ। ସାରା ଦେଶର କ୍ରିକେଟପ୍ରେମୀ ମାନେ ଏହି ଲିଗକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଚଳିତ ବର୍ଷ ମଧ୍ୟ ପ୍ରଶଂସକମାନେ ଏଥିପାଇଁ ଉତ୍ସାହିତ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories