www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏଲର ଦିନକ ପୂର୍ବରୁ କ୍ରୀଡ଼ାପ୍ରେମୀଙ୍କୁ ଝଟ୍‌କା; ସିଏସକେ ଅଧିନାୟକ ପଦ ଛାଡ଼ିଲେ ଧୋନୀ

ଚେନ୍ନାଇ : ଆଇପିଏଲ୍ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ଠିକ୍‌ ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସ(ସିଏସକେ) ଦଳର ଅଧିନାୟକତ୍ୱରେ ଏକ ବଡ଼ ପରିବର୍ତ୍ତନ କରିଛି, ଯାହା କ୍ରୀଡ଼ାପ୍ରେମୀଙ୍କୁ ଏକ ଝଟ୍‌କା ଦେଇଛି। ଦଳର ଅଧିନାୟକ ପଦ ଛାଡ଼ଛନ୍ତି ମହେନ୍ଦ୍ର ସିଂ ଧୋନୀ। ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଋତୁରାଜଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏନେଇ ଆଇପିଏଲ ଓ ସିଏସକେ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଏମଏସ ଧୋନୀ ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ସିଏସକେ ୫ଥର ଆଇପିଏଲ ଟାଇଟଲ ଜିତିଛି। ଗତ ସଂସ୍କରଣରେ ମଧ୍ୟ ତାଙ୍କ ଦଳ ଚମ୍ପିଆନ୍ ହୋଇଥିଲା।

- Advertisement -

 

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories