ତାମିଲନାଡୁ ସରକାର ଲାଗୁ କରିବେ ନାହିଁ ନାଗରିକତା ସଂଶୋଧନ ଆଇନ – ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍

ଡେସ୍କ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ନାଗରିକତା ସଂଶୋଧନ ଆଇନକୁ ‘ବିଭାଜନକାରୀ ଏବଂ ଅଦରକାରୀ’ କହିବା ସହ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଋଷଭ ପନ୍ତଙ୍କ ଫିଟନେସ୍‍ ନେଇ ବିସିସିଆଇ ଦେଲା ବଡ ଖବର: ଖୁବଶୀଘ୍ର ଖେଳିବେ . . .

ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନାଗରିକତା ସଂଶୋଧନ ଆଇନକୁ ତରବରିଆ ଭାବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରର ବିଜେପି ସରକାରକୁ ସମାଲୋଚନା କରି ଷ୍ଟାଲିନ୍ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ଏବଂ ଏହାର ନିୟମ ସମ୍ବିଧାନର ମୌଳିକ ଢାଞ୍ଚା ବିରୁଦ୍ଧରେ ଯାଇଛି।

ନାୟବ ସିଂହ ସୈନୀ ହେବେ ହରିୟାଣା ମୁଖ୍ୟମନ୍ତ୍ରୀ

ନାଗରିକତା ସଂଶୋଧନ ଆଇନ ଯୋଗୁଁ କୌଣସି ଲାଭ ହେବ ନାହିଁ, ଏହା କେବଳ ଭାରତୀୟ ଲୋକଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବା ପାଇଁ ବାଟ ପ୍ରଶସ୍ତ କରୁଛି। ସରକାରଙ୍କ ଆଭିମୁଖ୍ୟ ହେଉଛି ଏହି ଆଇନ ସମ୍ପୂର୍ଣ୍ଣ ଅଯଥା; ଯାହାକୁ ଉଚ୍ଛେଦ କରାଯିବା ଦରକାର। ତେଣୁ ତାମିଲନାଡୁରେ ନାଗରିକତା ସଂଶୋଧନ ଆଇନ ଲାଗୁ କରିବା ପାଇଁ ତାମିଲନାଡୁ ସରକାର କୌଣସି ପ୍ରକାରେ ସୁଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି।

ଆସାମରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଶାସକ ଡିଏମକେର ସଭାପତି ଷ୍ଟାଲିନ୍ ଦୋହରାଇଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ବହୁଳବାଦ, ଧର୍ମନିରପେକ୍ଷତା, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଶ୍ରୀଲଙ୍କା ତାମିଲ ଶରଣାର୍ଥୀଙ୍କ ବିରୋଧରେ ଯାଇଛି।

Comments are closed.