www.samajalive.in
Monday, December 8, 2025
27.1 C
Bhubaneswar

ଋଷଭ ପନ୍ତଙ୍କ ଫିଟନେସ୍‍ ନେଇ ବିସିସିଆଇ ଦେଲା ବଡ ଖବର: ଖୁବଶୀଘ୍ର ଖେଳିବେ . . .

ନୂଆଦିଲ୍ଳୀ: କାର ଦୁର୍ଘଟଣା ପରେ ୨୦୨୨ ଡିସେମ୍ବରରୁ କ୍ରିକେଟ ଠାରୁ ଦୂରେଇ ରହିଛି ଋଷଭ ପନ୍ତ । ହେଲେ ଏବେ ସେ କମବ୍ୟାକ୍‍ କରିବାକୁ ଯାଉଛନ୍ତି । ୨୦୨୪ ଆଇପିଏଲରେ ଋଷଭ ଖେଳିବା ନେଇ ଆଶା ବଢିଛି । ଏସବୁ ଭିତରେ ମଙ୍ଗଳବାର ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା ଋଷଭଙ୍କୁ ନେଇ ବଡ ଖବର ଦେଇଛନ୍ତି । ସେ କହିଛନ୍ତି ପନ୍ତ ଏବେ ସଠିକ୍‍ ଭାବେ ବ୍ୟାଟିଂ ଓ କିପିଂ କରୁଛନ୍ତି । ଖୁବଶୀଘ୍ର ତାଙ୍କୁ ଫିଟ୍‍ ଘୋଷଣା କରାଯିବ । ଯଦି ସେ ଟି-୨୦ ବିଶ୍ୱକପ ଖେଳିପାରିବେ ତେବେ ଆମ ପାଇଁ ଭଲ ଖବର । ଋଷଭ ଆମ ପାଇଁ ବଡ ସମ୍ପତ୍ତି । ଯଦି ସେ କିପିଂ କରିପାରିବେ ତେବେ ବିଶ୍ୱକପ ଖେଳିପାରିବେ । ଆଇପିଏଲ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାହା ଦେଖିବା ବୋଲି ଜୟ ଶାହ କହିଛନ୍ତି । ୨୦୨୨ ଡିସେମ୍ବର ମାସରେ କାର ଦୁର୍ଘଟଣା ଯୋଗୁ ପନ୍ତଙ୍କ ଡାହାଣ ପଟ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories