www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନ ଅଞ୍ଚଳ ଦଖଲ କଲା ତାଲିବାନ

କାବୁଲ: ପାକିସ୍ତାନକୁ ଲାଗିଥିବା ଆଫଗାନିସ୍ତାର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଲିବାନ ଯୋଦ୍ଧାମାନେ ବୁଧବାର ଆଫଗାନିସ୍ତାନ-ପାକିସ୍ତାନ ସୀମାନ୍ତରେ ଦକ୍ଷିଣ ପୂର୍ବ ଭାଗରେ ଥିବା ସ୍ପିନ ବୋଲଡକ ସହରକୁ ଦଖଲ କରିଛନ୍ତି। ସେମାନେ ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଅକ୍ତିଆରକୁ ନେବାରେ ଲାଗିଛନ୍ତି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ହଟିଯିବା ପରେ ତାଲିବାନ ସମୁଦାୟ ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପ୍ରୟାସ ଆରମ୍ଭ କରିଦେଇଛି।

ମଙ୍ଗଳବାର ଆଫଗାନିସ୍ତାନର ଜଣେ ଅଧିକାରୀ କହିଥିଲେ, ଦେଶର ବରିଷ୍ଠ ଅଧିକାରୀଙ୍କର ଏକ ପ୍ରତିନିଧି ଦଳ ଦୋହାଠାରେ ତାଲିବାନ ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ଏହାଦ୍ୱାରା ଦୁଇ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ଶାନ୍ତି ଆଲୋଚନା ପୁନଃ ଆଗକୁ ବଢିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପଟେ ସୀମାନ୍ତ ସହର ଚମନର ଅଧିବାସୀମାନେ କହିଛନ୍ତି, ସୀମାରେଖା ଆରପଟେ ସେମାନେ ତାଲିବାନ ସୈନ୍ୟଙ୍କୁ ଧଳା ପତାକା ଉଡାଉଥିବା ଏବଂ ଉକ୍ତ ଅଞ୍ଚଳରେ ତାଲିବାନମାନଙ୍କର ଯାନବାହନ ଚଳପ୍ରଚଳ କରୁଥିବା ସେମାନେ ଦେଖିବାକୁ ପାଇଛନ୍ତି। ଏହା ପୂର୍ବରୁ ତାଲିବାନ ଆତଙ୍କିମାନେ ଇରାନ, ଉଜବେକିସ୍ତାନ ଏବଂ ତାଜିକିସ୍ତାନକୁ ଲାଗିଥିବା ଆଫଗାନିସ୍ତାନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜର ନିୟନ୍ତ୍ରଣ ଜାହିର କରିସାରିଛନ୍ତି।

- Advertisement -

ପାକିସ୍ତାନର ଦକ୍ଷିଣ ଭାଗରେ ଥିବା ବନ୍ଦର କରାଚିରୁ ସ୍ପିନ ବୋଲଡକ ବାଟଦେଇ ସମସ୍ତ ସାମଗ୍ରୀ ଆଫଗାନିସ୍ତାନକୁ ଆସିଥାଏ। ତେଣୁ ଉକ୍ତ ଅଞ୍ଚଳ ଆଫଗାନିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ଏହା ତାଲିବାନ ନିୟନ୍ତ୍ରଣକୁ ଚାଲିଯିବା ପରେ ଦେଶରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଗୁରୁତର ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତାହାସହିତ ଏହା ତାଲିବାନ ପାଇଁ ବିପୁଳ ରାଜସ୍ୱ ଆୟରେ ସହାୟକ ହେବା ସହିତ ଆଫଗାନ ସରକାରଙ୍କ ସହିତ ଆଲୋଚନାରେ ନିଜର ସ୍ଥିତିକୁ ଭାରି ରଖିବ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories