www.samajalive.in
Monday, December 15, 2025
26.1 C
Bhubaneswar

ସବୁଠାରୁ ଅଧିକ ପ୍ରଦୂଷିତ ପାରାଦ୍ୱୀପ ଶିଳ୍ପାଞ୍ଚଳ

ଡେସ୍କ: ରାଜ୍ୟର ପାରାଦୀପ ଶିଳ୍ପାଞ୍ଚଳକୁ ଏକ ଗୁରୁତର ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ବାୟୁ ଓ ଜଳ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଏବଂ ଅନ୍ୟାନ୍ୟ ସଂସ୍ଥା ଏହାକୁ ଅତ୍ୟନ୍ତ ପ୍ରଦୂଷଣ ଶ୍ରେଣୀଭୁକ୍ତ କରିଛନ୍ତି।

ଦେଶର ୮୮ଟି ଶିଳ୍ପାଞ୍ଚଳ ମଧ୍ୟରୁ ପାରାଦୀପ ବନ୍ଦରକୁ ରାଜ୍ୟର ସବୁଠାରୁ ପ୍ରଦୂଷିତ ଅଞ୍ଚଳ ଭାବେ ଚିହ୍ନଟ କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାରାଦୀପ ଶିଳ୍ପାଞ୍ଚଳକୁ ୪୪ତମ ସ୍ଥାନରେ ରଖିଛି। ଦିଲ୍ଲୀସ୍ଥିତ ଆଇଆଇଟି ପାରାଦୀପ ଶିଳ୍ପାଞ୍ଚଳକୁ ଦେଶର ସବୁଠାରୁ ପ୍ରଦୂଷିତ ସ୍ଥାନ ଭାବେ ଚିହ୍ନଟ କରିଛି। ରିପୋର୍ଟ ଅନୁଯାୟୀ, ପାରାଦୀପରେ ପରିବେଶ ପ୍ରଦୂଷଣ ସୂଚକାଙ୍କ (ସିଇପିଆଇ) ସ୍କୋର ଅଧିକ ରହିଛି। ସିପିସିବି ଅନୁଯାୟୀ, ୨୦୧୮ରେ ପାରାଦୀପରେ ସିଇପିଆଇ ସ୍କୋର ୬୦.୬୧ ଥିବା ଜଣାପଡ଼ିଛି।

- Advertisement -

ପାରାଦୀପ ଏକ ବନ୍ଦର ଭିତ୍ତିକ ଶିଳ୍ପାଞ୍ଚଳ ହୋଇଥିବାରୁ ସେଠାରେ ଥିବା ସାର କାରଖାନା ଓ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ଭଳି ଶିଳ୍ପ ସଂସ୍ଥା ଏହି ପ୍ରଦୂଷଣ ପାଇଁ ଦାୟୀ ବୋଲି କୁହାଯାଇଛି। ସେହି ଅଂଚଳରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ ବିଷୟ ପାଲଟିଛି। ପାରାଦୀପ ଅଂଚଳରେ ବାୟୁରେ କଣିକା ପଦାର୍ଥ (particulate matter)(ପିଏମ୍ ୧୦ ଏବଂ ପିଏମ୍ ୨.୫), ସଲଫର ଡାଇଅକ୍ସାଇଡ୍ (ଏସ୍ଓ୨) ଏବଂ ଅନ୍ୟାନ୍ୟ ପ୍ରଦୂଷଣ ରହିଛି। ଅନ୍ୟପକ୍ଷରେ ଜଳ ପ୍ରଦୂଷଣ ମଧ୍ୟ ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଭାବେ ଦେଖା ଦେଇଛି। ଶିଳ୍ପଗୁଡ଼ିକରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ଜଳାଶୟଗୁଡ଼ିକରେ ମିଶିବାରୁ ଜଳର ଗୁଣବତ୍ତା ଅନେକ ମାତ୍ରାରେ ପ୍ରଭାବିତ ହେଉଛି। କୋଇଲା ପରିଚାଳନା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରୁ ଧୂଳି ପ୍ରଦୂଷଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।

ପାରାଦୀପରେ ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟା, ଚର୍ମ ରୋଗ ଓ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍ପିସିବି) ପାରାଦୀପରେ ପ୍ରଦୂଷଣ ସ୍ତର ତଦାରଖ କରିବା ସହ ପ୍ରଦୂଷଣକାରୀ ଶିଳ୍ପ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସରକାର ବାୟୁର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ କେତେକ ପଦକ୍ଷେପ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ସ୍ୱଚ୍ଛ ଇନ୍ଧନ ବ୍ୟବହାର ଉପରେ ସରକାରୀ ସ୍ଥରରେ ପ୍ରୋତ୍ସାହିତ କରାଯିବା ସହ ବିଭିନ୍ନ ଶିଳ୍ପରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଓ ରାସାୟନିକ ମିଶ୍ରଣ କ୍ଷେତ୍ରରେ କଠୋର ନିର୍ଗମନ ମାନକ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

ମଙ୍ଗଳବାର ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏକ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦର୍ଶାଇଥିଲେ ଯେ ପାରାଦ୍ୱୀପ ଶିଳ୍ପାଞ୍ଚଳ ପରେ ୪୬.୪୩ ସ୍କୋର ସହ ଅନୁଗୁଳ-ତାଳଚେର ଶିଳ୍ପାଞ୍ଚଳ ଓ ଅନ୍ୟାନ୍ୟ ପ୍ରଦ୍ୟୁଷିତ ଅଞ୍ଚଳକୁ ତାଲିକାରେ ରଖାଯାଇଛି।

ପ୍ରଦୂଷିତ ଶିଳ୍ପାଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଶିଳ୍ପ ସଂସ୍ଥା ମାନଙ୍କୁ ନିର୍ଦେଶ ଦେଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories